ନିଜ ଶରୀର କାଟି ଏଲିୟନ ହେଲା ଯୁବକ

amanconvertedhisbodytoablackalien

ନିଜ ଶରୀର କାଟି ଏଲିୟନ ହେଲା ଯୁବକ


ମେଟ୍ରୋ ଟିଭି ବ୍ୟୁରୋ ,୨୮/୧୧; ଦୁନିଆରେ ଏକରୁ ଅଧିକ ଅଦ୍ଭୁତ ଲୋକ ଅଛନ୍ତି। ଲୋକମାନେ ଭିନ୍ନ ଦେଖାଯିବା ପାଇଁ କିଛି ବି କରିପାରନ୍ତି ।ସୁନ୍ଦର ହେବାକୁ ଇଚ୍ଛା କରି କିଛି ଲୋକ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତିଙ୍କର ଏଲିୟନ ହେବାର କ୍ରେଜ୍ ମଧ୍ୟ ଥାଇପାରେ ? ଏହି କ୍ରେଜ୍ ଏପରି ଯେ ସେ ନିଜ ନିଜ ଶରୀରର ଆବଶ୍ୟକୀୟ ଅଙ୍ଗଗୁଡ଼ିକୁ ମଧ୍ୟ କାଟି ଦେଇଛନ୍ତି । ଫ୍ରାନ୍ସର ଜଣେ ବ୍ୟକ୍ତି ଏଲିୟନ ହେବା ପାଇଁ ସେ ନାକ କାଟି ଦେଇଥିଲେ । କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ତାଙ୍କ ହାତର କିଛି ଆଙ୍ଗୁଠି ଏବଂ ଉପର ଓଠ ମଧ୍ୟ କାଟି ଦେଇଛନ୍ତି।
ଫ୍ରାନ୍ସର ବାସିନ୍ଦା ଆନ୍ଥୋନୀ ଲଫ୍ରେଡୋ ବହୁ ପୂର୍ବରୁ ଏକ ଏଲିୟନ ହେବାର ଇଛା ରଖି ଥିଲେ । ଏହି ଚକ୍କରରେ ସେ ପ୍ରଥମେ ତାଙ୍କ ମୁହଁର ଅତ୍ୟାବଶ୍ୟକ ଅଂଶ କାଟି ଦେଇଥିଲେ । ତାଙ୍କ ହାତକୁ ଏକ ଅଜବ ଖଣ୍ଡ ଭଳି ଦେଖାଯିବା ପାଇଁ ଏଥର ସେ ତାଙ୍କର ଦୁଇ ଆଙ୍ଗୁଳି କାଟି ଦେଇଛନ୍ତି, ଯେଉଁଥିପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଫଟୋ ଦେଖିଲେ ଲାଗୁଛି ସତରେ ଏ ଆମ ଜୀବଜଗତର କେଉଁ ପ୍ରଜାତିର ପ୍ରାଣୀ । ଗୋଡ଼ହାତ ସବୁକୁ ଦେଖିଲେ ମଣିଷ ପରି ଲାଗୁଛି ତଥାପି କ’ଣ କହିହେବ ଯେ ହେଉଛନ୍ତି ଜଣେ ମଣିଷ । ଆସନ୍ତୁ ଜାଣିବା ଆନ୍ଥୋନୀ ଲୋଫ୍ରେଡୋ ଗୋଟେ ଏଲିୟନ ହେବା ପାଇଁ ନିଜର କେଉଁ ଅବସ୍ଥା କରିଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ସେ ଆହୁରି କିଛି ସଜର୍ରୀ କରାଇ ନିଜକୁ ବ୍ଲାକ ଏଲିୟନରେ ପରିଣତ କରିବେ। ପୂବର୍ରୁ ଆନ୍ଥୋନୀ ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥଲେ । କିନ୍ତୁ ଏହି ଚାକିରିରେ ସେ ଖୁସି ନଥିଲେ । ଏହାପରେ ସେ ସିକ୍ୟୁରିଟି ଗାର୍ଡ ଚାକିରୀ ଛାଡି ଦେଲେ ଓ ଅଷ୍ଟ୍ରେଲିଆ ଚାଲିଗଲେ । ଏହାପରେ ସେ ନିଜକୁ ଏଭଳି ବଦଳାଇବାକୁ ଆରମ୍ଭ କରିଥଲେ । ଏବେ ସେ ସମ୍ପୂର୍ଣ୍ଣ ବଦଳି ସାରିଛନ୍ତି ।

Leave a Reply

%d bloggers like this: