ଆଜି ପ୍ରଥମାଷ୍ଟମୀ, ଚାରିଆଡେ ମହକୁଛି ହଳଦୀ ପତ୍ର ପିଠା

Prathamastami Celebrations in Odisha

ଆଜି ପ୍ରଥମାଷ୍ଟମୀ, ଚାରିଆଡେ ମହକୁଛି ହଳଦୀ ପତ୍ର ପିଠା


ମେଟ୍ରୋ ଟିଭି ବ୍ୟୁରୋ,୨୭/୧୧: ପରମ୍ପରା ନେଇ ଗର୍ବ କରେ ଓଡ଼ିଆ । ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ । ଏଇ ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ଓଡ଼ିଆଙ୍କ ଘର ଆସନ୍ତୁ ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗ୍ରାମକୁ ଯିବା, ସେଠାରେ ପ୍ରଥମାଷ୍ଟମୀ ପର୍ବ କିଭଳି ପାଳନ ହେଉଛି ଦେଖିବା ।
ବେଶ ଚଳଚଂଚଳ ଗାଁଠୁ ସହର । ଘର ଦ୍ୱାର ଲିପା ପୋଛା ସାଙ୍ଗକୁ ମୁରୁଜ ପକାଇ, ପ୍ରଥମାଷ୍ଟମୀ ପାଳୁଛନ୍ତି ଓଡ଼ିଆ। ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଉଛି ଓଡ଼ିଆଣୀର ପ୍ରୀୟ ହଳଦି ପତରରେ ଏଣ୍ଡୁରୀ ପିଠା । ଛେନା ପୁରରେ ପ୍ରସ୍ତୁତ ହୋଇଥିବା ପିଠାର ମହକରେ ସତେ ଯେମିତି ପୂରି ଉଠୁଛି ଘର ପରିବେଶ । ଏମିତି ଏକ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗାଁରେ ।
ସେପଟେ ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଜଗତସିଂହପୁରର ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର । ବଡ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢୁଆଁ କରାଯିବାର ବିଧି ରହିଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢି ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହୋଇଥାଏ । ବେଶରେ ନୂଆ ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ବଢି ମହାପ୍ରଭୁଙ୍କ ପଢୁଆଁ କରାଯିବ ।

Leave a Reply

%d bloggers like this: