ବିରାଟଙ୍କୁ ଡ୍ୟାନ୍ସ ଶିଖାଇଲେ ଧନଶ୍ରୀ,
ଭାଇରାଲ ହେଉଛି ଭିଡିଓ

Dhanashree teaches virat kohli dance steps

ବିରାଟଙ୍କୁ ଡ୍ୟାନ୍ସ ଶିଖାଇଲେ ଧନଶ୍ରୀ, ଭାଇରାଲ ହେଉଛି ଭିଡିଓ


ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୧: ଟିମ୍ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଧର୍ମପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍‌। ତାଙ୍କୁ ସବୁବେଳେ ନାଚ ସହିତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଯେଉଁଥି ପାଇଁ ସେ ଖୁବ୍ ଭାଇରାଲ ହୋଇଥାନ୍ତି । ଏହରି ମଧ୍ୟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ଏବେ ଧନଶ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି। ଆଇପିଏଲର ଆରସିବି ଟିମ ଏକ ଭିଡିଓ ସେୟାର କରିଛି । ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ନାଚ ଶିଖାଉଥିବାର ନଜର ଆସିଛନ୍ତି।
ଏହି ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ହୁକ ଷ୍ଟେପ ଶିଖାଇବାରେ ସାହାଯ୍ୟ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କ୍ଲିପ ଆରସିବି ସେୟାର କରିଛି । ଧନଶ୍ରୀ କିପରି ବିରାଟଙ୍କୁ ଏହି ଷ୍ଟେପ୍ ଶିଖାଇଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ, ଏବି ଡି ଭିଲିୟର୍ସ, ଦେବଦତ୍ତ ପଡିକଲ, ଗ୍ଲେନ ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଥିଲା। ଧନଶ୍ରୀଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି। ଏହି ଚ୍ୟାନେଲରେ ୨୫ ଲକ୍ଷରୁ ଅଧିକ ସସ୍‌ସ୍କ୍ରାଇବର୍ ଅଛନ୍ତି । ଧନଶ୍ରୀ ହିପ-ହପ ଟ୍ରେନିଂ ମଧ୍ୟ ଦିଅନ୍ତି । ଚହଲ ଏବଂ ଧନଶ୍ରୀ ଜଣେ ଲୋକପ୍ରିୟ କପଲ୍ ।

Leave a Reply

%d bloggers like this: