ପ୍ରିୟଙ୍କା ସାହୁ ହତ୍ୟା ମାମଲା, ୩୫୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ

Priyanka Sahoo death case, commissionerate of police files 350 page chargesheet

ପ୍ରିୟଙ୍କା ସାହୁ ହତ୍ୟା ମାମଲା, ୩୫୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ


ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୧: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ । ୩୫୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ପ୍ରେମିକ ଜଗନ୍ନାଥ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଚାର୍ଜସିଟ୍ ରେ ୫୧ ଜଣଙ୍କୁ ସାକ୍ଷୀ କରିଛି କମିଶନରେଟ୍ ପୋଲିସ । ୩୫୦ ପୃଷ୍ଠାର ଚାର୍ଜସିଟରେ ପ୍ରେମିକ ଜଗନ୍ନାଥ ପ୍ରଧାନ ଏକମାତ୍ର ଅଭିଯୁକ୍ତ ।
ସେ ପ୍ରିୟଙ୍କାଙ୍କୁ କାହିଁକି ମାରିଲେ, ସେନେଇ ସେ ଫେସବୁକ୍‌ରେ ଉଳ୍ଲେଖ କରିଛନ୍ତି । ଫେସବୁକ୍ ଓ ହ୍ଵାଟସଆପ୍‌ରେ ଥିବା ସମସ୍ତ ଲେଖାକୁ ନେଇ ସାଇବର ଏକ୍ସପର୍ଟଙ୍କ ଜରିଆରେ ପ୍ରମାଣ ଯୋଗାଡ କରିଛି ପୋଲିସ୍ । ହତ୍ୟାରେ ବ୍ୟବହୃତ ହୋଇଥିବା ୨ଟି ଛୁରୀ, ସାଇଣ୍ଟିଫିକ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ପାରିପାର୍ଶ୍ୱିକ ତଥ୍ୟ ଓ ସାକ୍ଷୀଙ୍କ ବୟାନ ରହିଛି ।

Leave a Reply

%d bloggers like this: