ସ୍ୱାମୀ ନିକ୍‌ଙ୍କୁ ରୋଷ୍ଟ କଲେ ପ୍ରିୟଙ୍କା

Priyanka Chopra roasts husband Nick Jonas

ସ୍ୱାମୀ ନିକ୍‌ଙ୍କୁ ରୋଷ୍ଟ କଲେ ପ୍ରିୟଙ୍କା


ମେଟ୍ରୋ ଟିଭି ବ୍ୟୁରୋ, ୨୫/୧୧: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରାୟତଃ ଉଭୟଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଯାହାକୁ ପ୍ରଶଂସକ ବହୁତ ପସନ୍ଦ କରନ୍ତି। ହେଲେ ଗତ ଦୁଇ ଦିନ ଭିତରେ ପ୍ରିୟଙ୍କା ଏବଂ ନିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପ୍ରିୟଙ୍କା ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଜୋନାସ୍ ସରନେମକୁ ହଟାଇ ଦେଇଛନ୍ତି। ଯାହା ପରେ ପ୍ରିୟଙ୍କା-ନିକଙ୍କ ଛାଡପତ୍ର ହେବାକୁ ଯାଉଛି ବୋଲି ଆଲୋଚନା ଆରମ୍ଭ ହୋଇ ସାରିଛି। ତେବେ ଏହାକୁ ନେଇ ଉଭୟ ଅଭିନେତ୍ରୀ ଏବଂ ତାଙ୍କ ମା ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ଏପରିକି ତାଙ୍କ ବନ୍ଧୁମାନେ କହିଛନ୍ତି ଯେ ନିକ ଏବଂ ପ୍ରିୟଙ୍କା ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି।ଏହି ଗୁଜବ ପରେ ପ୍ରିୟଙ୍କା ଜୋନାସ୍ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ତାଙ୍କ ସ୍ୱାମୀଙ୍କୁ ବହୁତ ମଜାକ୍ ଉଡାଇଛନ୍ତି ।
ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ସେ ଏହାକୁ ନେଇ କହିଛନ୍ତି କି – ‘ମୁଁ ଆଜି ଏଠାରେ ଉପସ୍ଥିତ ରହି ଅତ୍ୟଧିକ ଗର୍ବ ଓ ସମ୍ମାନିତ ଅନୁଭବ କରୁଛି । ଯେଉଁଠାରେ ମୁଁ ମୋର ସ୍ୱାମୀ ନିକ ଏବଂ ତାଙ୍କ ଭାଇମାନଙ୍କୁ ରୋଷ୍ଟ କରିବି। ଯାହାର ନାମ ମୁଁ କେବେବି ମନେ ରଖି ପାରିବି ନାହିଁ । କାରଣ ମୁଁ ଭାରତରୁ ଆସିଛି ଯେଉଁଠାରେ ସଂସ୍କୃତି, ସଙ୍ଗୀତ ଏବଂ ମନୋରଞ୍ଜନର ଏକ ଭଣ୍ଡାର ରହିଛି ଯେଉଁଥି ପାଇଁ ଜୋନାସ୍ ବ୍ରଦର୍ସ ସେଠାରେ ନିଜକୁ ସ୍ଥାପିତ କରି ପାରିଲେ ନାହିଁ । ଏହା ବ୍ୟତୀତ ପ୍ରିୟଙ୍କା ସେ କହିଛନ୍ତି କି ସେ ସବୁଠାରୁ ପପୁଲର ଜୋନ୍ସ ।
ଏହା ସହ କହିଛନ୍ତି ନିକ୍ ଓ ମୋ ମଧ୍ୟରେ ୧୦ ବର୍ଷର ବୟସର ବ୍ୟବଧାନ ରହିଛି । ହେଲେ କଣ ହେଲା ଆମେ ଦୁହେଁ ଦୁହିଁଙ୍କୁ କିଛି ନା କିଛି ଶିଖାଇ ଥାଉ । ଏବଂ ନିକ୍ ମୋତେ ଟିକ୍‌ଟକ୍ ବ୍ୟବହାର କରିବା ଶିଖାଇଥିଲେ । ଆଉ ମୁଁ ତାଙ୍କୁ ସଫଳ ଅଭିନୟ ପାଇଁ କଣ କଣ ଦରକାର ତାହା ତାଙ୍କୁ ବୁଝାଇଥିଲି । ରୋଷ୍ଟ ଶେଷ ହେବା ପରେ ନିକ୍ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ ।

Leave a Reply

%d bloggers like this: