ସୋନାରିକାଙ୍କ ବୋଲ୍ଡ ଅବତାର, ଇଣ୍ଟରନେଟରେ ଲଗାଇଲା ନିଆଁ

'Devon ke Dev' Mahadev fame Sonarika's bold photoshoot

ସୋନାରିକାଙ୍କ ବୋଲ୍ଡ ଅବତାର, ଇଣ୍ଟରନେଟରେ ଲଗାଇଲା ନିଆଁ


ମେଟ୍ରୋ ଟିଭି ବ୍ୟୁରୋ, ୨୫/୧୧: ଟିଭି ଧାରାବାହିକ ‘ଦେବୋଁ କେ ଦେବ ମହାଦେବ’ ଫେମ୍ ସୋନାରିକା ଭଦୋରିଆ। ତାଙ୍କ ନୂଆ ଅନ୍ଦାଜରେ ପ୍ରଶଂସକଙ୍କୁ ଆଶ୍ଚର‌୍ୟ୍ୟ କରୁଛନ୍ତି। ଏହି ଶୋ’ରେ ଅଭିନେତା ମୋହିତ ରାଇନା ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଉଭୟଙ୍କ ଯୋଡିକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଥିଲେ। ବର୍ତ୍ତମାନ ସୋନାରିକା ଭଦୋରିଆଙ୍କ ବିକିନି ଲୁକ୍ ଭାଇରାଲ ହେବାରେ ଲାଗିଛି।
ପୌରାଣିକ ଏବଂ ଐତିହାସିକ ଟିଭି ଶୋ’ରେ ଲେହେଙ୍ଗା-ସାଢି ଏବଂ ଅଳଙ୍କାରରେ ସଜ୍ଜିତ ହୋଇଥିବା ସୋନାରିକା ଭଦୋରିଆ ତାଙ୍କ ନୂଆ ଫଟୋଗୁଡିକରେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି। ସେ ତାଙ୍କ ସ୍କ୍ରିନ ଇମେଜରୁ ସମ୍ପୂର୍ଣ୍ଣ ବିପରୀତ ଲୁକରେ ଦେଖାଯାଉଛନ୍ତି। ସେ ବିକିନି ପିନ୍ଧି ସମୁଦ୍ର ଭିତରେ ଠିଆ ହୋଇଥିବା ନଜର ଆସିଛନ୍ତି।
ଫଟୋରେ ସୋନାରିକା ଚାନ୍ଦିନୀ ରାତିରେ ବିକିନି ଲୁକରେ ହଟ୍ ଅନ୍ଦାଜରେ ଦେଖାଇଛନ୍ତି। ଫଟୋରେ ସେ ଏକ ଆନିମଲ୍ ପ୍ରିଣ୍ଟେଡ୍ ବିକିନି ଟପ୍ ଏବଂ ନିୟନ୍ ୟେଲୋ ବିକିନି ବଟମ୍ ପିନ୍ଧିଛନ୍ତି। ସେ ତାଙ୍କ ପୋଷ୍ଟର କ୍ୟାପସନ୍ ଲେଖିଛନ୍ତି, ‘ଫାଣ୍ଟାସ୍ମାଗୋରିଆ।
ସୋନାରିକା ଭଦୋରିଆ ଜଣେ ଜଣାଶୁଣା ତେଲୁଗୁ ଷ୍ଟାର୍। ସେ ‘ଜାଦୁଗାଡୁ’, ‘ସ୍ପିଡୁନୋଡୁ’, ‘ଇଦୋ ରକମ ଆଓ ରକମ’ ଭଳି ଫିଲ୍ମରେ କାମ କରିଛନ୍ତି। ‘ଦେବୋଁ କେ ଦେବ ମହାଦେବ’ରେ ପାର୍ବତୀ ଅଭିନୟ ପାଇଁ ଜଣାଶୁଣା ସୋନାରିକା ଶେଷ ଥର ପାଇଁ ୨୦୧୯ ରେ’ ଇଶ୍କ ମେଁ ମରଯାୱାଁ’ରେ ନେତ୍ରା ଶର୍ମା ଭୂମିକାରେ ଅଭିନୟ କରିଥିଲେ। ତେବେ ସେ ୨୦୧୯ ପରଠାରୁ ଟିଭି ପରଦାରୁ ଦୁରେଇ ଅଛନ୍ତି।

Leave a Reply

%d bloggers like this: