ଟଇଲେଟ୍ ପେପର୍‌ରେ ରିଜାଇନ୍ ଲେଟର ଲେଖିଲେ ବ୍ୟକ୍ତି

Man wrote resignation letter on toilet paper

ଟଇଲେଟ୍ ପେପର୍‌ରେ ରିଜାଇନ୍ ଲେଟର ଲେଖିଲେ ବ୍ୟକ୍ତି


ମେଟ୍ରୋ ଟିଭି ବ୍ୟୁରୋ, ୨୫/୧୧: ଦୁନିଆରେ ପ୍ରତିଦିନ, ଅନେକ କର୍ମଚାରୀ ଗୋଟିଏ କମ୍ପାନୀରୁ ରିଜାଇନ୍ ଦେଇ ଅନ୍ୟ କମ୍ପାନୀରେ ଜଏନ୍ କରନ୍ତି। ସେମାନେ ଏଥିପାଇଁ ଯେଉଁ ରିଜାଇନ୍ ଲେଟର୍ ଦିଅନ୍ତି ତାହା ଅତ୍ୟନ୍ତ ଆନୁଷ୍ଠାନିକ। କିନ୍ତୁ ଲୁଇସ୍ ନାମକ ଜଣେ କର୍ମଚାରୀ ଯେତେବେଳେ ଚାକିରି ଛାଡ଼ିଛନ୍ତି, ତାଙ୍କର ରିଜାଇନ୍ ଲେଟର୍ ଏତେ ମଜାଦାର ହୋଇଛି ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲୁଇସଙ୍କ ଅଜବ ରିଜାଇନ୍ ଲେଟର୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହାକୁ ରିଜାଇନ୍ ଲେଟର୍ ଭାବରେ ନୁହେଁ ବରଂ ଏକ ନୋଟ୍ ଆକାରରେ ଦିଆଯାଇଛି ଏବଂ ଏଥିରେ ଅଫିସିଆଲ୍ ପେପର୍ ନୁହେଁ, ଏକ ଟଏଲେଟ୍ ପେପର୍ ବ୍ୟବହୃତ ହୋଇଛି। ଲୁଇସ୍ ଏହି ଲେଟରକୁ ଅନଲାଇନ୍ ସେୟାର ପ୍ଲାଟଫର୍ମ ରେଡ୍ଡିଟ୍ ରେ ସେୟାର କରିଛନ୍ତି।
ଭାଇରାଲ୍ ପୋଷ୍ଟରେ ଲୁଇସ୍ ଦେଖାଇଥିବା ରିଜାଇନ୍ ଲେଟର୍ ଦେଖି ଯେକେହି ହସିବେ। ଏହି ନୋଟରେ ଲେଖା ହୋଇଛି – ୟୋ, ମୁଁ ୨୫ ତାରିଖରୁ ଏଠାରୁ ଚାଲିଯିବି। କେବଳ ଏତିକି ନୁହେଁ, ଲୁଇସ୍ ଏଥିପାଇଁ ଏକ ପୋଷାକହୀନ କାର୍ଟୁନ୍ ମଧ୍ୟ ତିଆରି କରିଛନ୍ତି। ସେ ନିଜ ରୂପରେ କାର୍ଟୁନ୍ ଉପସ୍ଥାପନ କରିଛନ୍ତି। ଲୁଇସ୍ ଏହି ପୋଷ୍ଟ ସହିତ କ୍ୟାପସନ୍ ଲେଖିଛନ୍ତି – ଆଜି ମୁଁ ମୋର ରିଜାଇନ୍ ଲେଟର୍ ଦାଖଲ କରୁଛି । ଲୋକମାନେ ଏହି ପୋଷ୍ଟ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି ଏବଂ ସେମାନେ ମଧ୍ୟ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

%d bloggers like this: