କାଠର ଜାହାଜ

Wooden Ship

କାଠର ଜାହାଜ


ମେଟ୍ରୋ ଟିଭି ବ୍ୟୁରୋ,୨୫/୧୧-ଗୁଜୁରାଟର ମାଣ୍ଡଭିରେ ଏକ ବିରାଟ ଜାହାଜ ନିର୍ମାଣ କରାଯାଉଛି ସେ ପୁଣି କାଠରେ ତିଆରି ହୋଇଛି । ଏହି ଜାହାଜର ଉଚ୍ଚତା ୨୦୪ଫୁଟ୍ ରହିଥିବା ବେଳେ ଏଠାରେ ୯ଟି କୋଠରି ନିର୍ମାଣ କରାଯିବ । ଏଥିରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଥମେ ଏହି ବୋଟ୍‌କୁ ନିତ୍ୟ ବ୍ୟବହାର ଜିନିଷ ବୋହିବା ପାଇ ତିଆରି କରାଯାଉଥିଲା ବରଂ ଦୁବାଇର ଜଣେ ବ୍ୟବସାୟୀ ଏହାକୁ ମାଛ ବ୍ୟବସାୟ ପାଇଁ ଅର୍ଡର ଦେବାରୁ ଏହି ଜାହାଜକୁ ଆହୁରି ବଡ କରାଯାଉଛି । ୧୭ ମାସ ଧରି ଏହି ଜାହାଜ ତିଆରି ହେଉଛି ।
ଏହି ଜାହାଜ ଦେଖିବା ପାଇ ଲୋକଙ୍କ ମନରେ ଉସାôହ ଦେଖାଯାଉଛି । ଏହାକୁ ତିଆରି କରିବାକୁ ୨୧ ମାସ ଲାଗିଥିବା ବେଳେ ଆହୁରି ୩-୪ ମାସ ସମୟ ଲାଗିବ । ଏଥିରେ ୬.୫କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ଏବେ ବ୍ୟବସାୟୀଙ୍କ ଡିମାଣ୍ଡ କ୍ରମେ ଏହାକୁ ଆଉ ୩.୫ କୋଟି ବଢା ଯାଇଛି । ଯାହାକୁ ବୋଟ ପରି ନୁହେଁ ବରଂ ଜାହାଜ ପରି ଗଢା ହେବ ।
ଏହି ଜାହାଜରେ ୯ଟି କୋଠରୀ ଓ ୨ଟି ଷ୍ଟୋର ରୁମ୍ ଅଛି ।୨ଟି ଫ୍ରିଜର ସହ ପାଶ୍ୱର୍ରେ ଥିବା କ୍ୟାବିନ୍‌ରେ ୪ଟି କୋଠରୀ ରହିଛି । ଏହା ସହ ଏଥିରେ ରୋଷେଇ ଘର ବି ରହିଛି ।

Leave a Reply

%d bloggers like this: