କରୋନାକୁ ଚ୍ୟାଲେଞ୍ଜ ପଡିଲା ମହଙ୍ଗା, ମହାମାରୀ ଦେଖାଇଲା ଭୟଙ୍କର ରୂପ

Italian Covid Crisis

କରୋନାକୁ ଚ୍ୟାଲେଞ୍ଜ ପଡିଲା ମହଙ୍ଗା, ମହାମାରୀ ଦେଖାଇଲା ଭୟଙ୍କର ରୂପ


ମେଟ୍ରୋ ଟିଭି ବ୍ୟୁରୋ, ୨୫/୧୧: କରୋନା ଭାଇରସ ଦୁନିଆ ପାଇଁ କେତେ ଯେ ଭୟାବହ ପ୍ରମାଣିତ ହୋଇଛି ତାକୁ ବଖାଣିବା ଆବଶ୍ୟକତା ନାହିଁ । ସଂକ୍ରମଣରେ କୋଟି କୋଟି ଲୋକଙ୍କ ଜୀବନ ଯାଇଛି । ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଭାଇରସକୁ ଟିକିଏ ହେଲେ ଭୟ କରୁ ନାହାନ୍ତି। ସେମାନେ ନା ନିଜ ଜୀବନକୁ ଖାତିର କରନ୍ତି ନା ଆଉ କାହାର । ଏମିତି କିଛି ଲୋକେ ମହାମାରୀ ନାଁରେ ପାର୍ଟି କରୁଛନ୍ତି ।
ନିକଟରେ ଉତ୍ତର ଇଟାଲୀର ବୋଲଜେନୋ ସହରରେ ଏହିଭଳି ପାର୍ଟି ହେଉଛି ଯେଉଁଠି କରୋନା ଭ୍ୟାକସିନକୁ ବିରୋଧ କରୁଥିବା ଲୋକେ ସାମିଲ ହେଉଛନ୍ତି । ସେମାନେ ଏହିଭଳି ପାର୍ଟିକୁ କୋଭିଡ ପାର୍ଟି ନାଁ ଦିଅନ୍ତି । ଏହି ପାର୍ଟିରେ ଯାହା ଘଟେ ତାହା ସତରେ ଭୟଙ୍କର । ଅଷ୍ଟ୍ରିଆର ଜଣେ ବ୍ୟକ୍ତି ମଧ୍ୟ ଏହି ପାର୍ଟିରେ ସାମିଲ ହୋଇଥିଲେ ଓ ତାଙ୍କର ଅନ୍ତ ହସ୍ପିଟାଲରେ ହୋଇଥିଲା ।
ବୋଲଜେନୋରେ ହେଉଥିବ କୋଭିଡ ପାର୍ଟିକୁ ନେଇ ଆଣ୍ଟି କୋଭିଡ ୟୁନିଟର ଅର୍ଡିନେଟର ଡାକ୍ତର ପ୍ୟାଟ୍ରିକ ଫ୍ରାଂଜୋନି କହିଛନ୍ତି ଯେ ପ୍ରତ୍ୟେକ ପାର୍ଟିରେ ଅତିକମରେ ଜଣେ କରୋନା ସଂକ୍ରମିତ ଉପସ୍ଥିତ ଥାଆନ୍ତି । ଅନ୍ୟମାନେ ଏଠାକୁ ଆସି ଜାଣିଶୁଣି ତାଙ୍କ ସମ୍ପର୍କରେ ଆସନ୍ତି । ତାଙ୍କୁ ଆଲିଙ୍ଗନ କରି ତାଙ୍କ ସହ ଡ୍ରିଙ୍କ କରି କରୋନାକୁ ଚ୍ୟାଲେଞ୍ଜ କରିଥାନ୍ତି । ନିକଟରେ ଏମିତି ଏକ ପାର୍ଟିରେ ସାମିଲ ହୋଇଥିବା ଅଷ୍ଟ୍ରିଆର ୫୫ ବର୍ଷୀୟ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଗଲେ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଗଲା । ଏହିଭଳି ପାର୍ଟି ସହ ଜଡିତ ସବୁଠାରୁ ଭୟାବହ କଥା ହେଲା ପିତା-ମାତା ନିଜ ପିଲାଙ୍କୁ ମଧ୍ୟ ଏଠାକୁ ନେଇଆସନ୍ତି ।
ଏହି ପାର୍ଟିକୁ ଆସୁଥିବା ଲୋକେ ଭ୍ୟାକସିନକୁ ବିରୋଧ କରନ୍ତି ଏବଂ ଦେଖାଇବାକୁ ଚାହାନ୍ତି ଯେ ସେମାନେ ନିଜେ ଆଣ୍ଟିବଡ଼ି ଡେଭେଲପ କରିପାରିବେ । ଏହି ଚକ୍କରରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ । ଅଷ୍ଟ୍ରିଆରେ ଦୁଇ ତୃତୀୟାଂଶ ଲୋକ ଭ୍ୟାକସିନ ନେଇସାରିଛନ୍ତି କିନ୍ତୁ ଏବେ ବି ଅନେକ ଲୋକ ଭ୍ୟାକସିନକୁ ବିରୋଧ କରୁଛନ୍ତି ।

Leave a Reply

%d bloggers like this: