ହ୍ୱାଟ୍ସଆପ୍‌ର ନୂଆ ଫିଚର୍ସ

what's app's new feature

ହ୍ୱାଟ୍ସଆପ୍‌ର ନୂଆ ଫିଚର୍ସ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୧୧: ହ୍ବାଟ୍ସଆପ୍‌ଙ୍କୁ ନେଇ ସବୁବେଳେ କିଛି ନା କିଛି ପରିବର୍ତ୍ତନ ହେଉଛି । ହେଲେ ବର୍ତ୍ତମାନ କୁହାଯାଉଛି ଯେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ସମସ୍ତଙ୍କ ପାଇଁ ଡିଲିଟ୍ ମେସେଜ୍’ ଫିଚର୍ସ ଗୁଡିକର ସମୟସୀମା ବଢାଇବା ଯୋଜନା କରୁଛି । ତେବେ ଯଦି ଜଣେ ୟୁଜର୍ସ ହ୍ବାଟ୍ସଆପ୍‌ରେ ପଠାଯାଇଥିବା ମେସେଜ୍ ଡିଲିଟ୍ କରିବାକୁ ଚାହାଁନ୍ତି, ତେବେ ଏହାକୁ ଡିଲିଟ୍ କରିବାକୁ କେବଳ ତାଙ୍କ ପାଇଁ ମାତ୍ର ଏକ ଘଣ୍ଟା, ଆଠ ମିନିଟ୍ ଏବଂ ଷୋହଳ ସେକେଣ୍ଡ ଅଛି। କିନ୍ତୁ ବର୍ତ୍ତମାନ ଏହି ଫିଚର୍ସ ଉପରେ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ୟୁଜର୍ସମାନେ ୭ଦିନ ପରେ ମଧ୍ୟ ପଠାଯାଇଥିବା ମେସେଜ୍‌କୁ ଡିଲିଟ୍ କରିବାର ଅପସନ୍ ମଧ୍ୟ ରହିବ। ଯାହାକୁ ନେଇ ୟୁଜର୍ସମାନେ ଲମ୍ବା ସମୟ ପର‌୍ୟ୍ୟନ୍ତ ଡିଲିଟ୍ କରି ପାରିବେ ।
ତେବେ ହ୍ବାଟ୍ସଆପ୍ ଟ୍ରାକର ଏହିର ଫିଚର୍ସ ବିଷୟରେ କଥାବାର୍ତ୍ତା କରି କହିଛନ୍ତି, “ଏହି ଫିଚର୍ସର ସୁବିଧା ଗୁଡିକରେ ଉନ୍ନତ ଅଣାଯିବ। ତେଣୁ ଏହାକୁ ଉନ୍ନତ କରିବା ନେଇ ଅନେକ ଥର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର‌୍ୟ୍ୟନ୍ତ ଫିଚର୍ସ ଗୁଡିକ ସମ୍ପୂର୍ଣ୍ଣ ରୂପେ ବିକଶିତ ହେବା ପାଇଁ ଅପେକ୍ଷା କରିବା ଉଚିତ୍। ଥରେ ଅପଡେଟ୍ ଆସିବା ପରେ ତାହା ବିଷୟରେ ସଠିକ୍ ଭାବର ସୂଚନା ପରିବର୍ତ୍ତନ ଉପଲବ୍ଧ ହେବ। ଏହା ସହ ହ୍ବାଟ୍ସଆପ୍ ସମସ୍ତଙ୍କ ପାଇଁ ଡିଲିଟ୍ ଫିଚର୍ସ ନେଇ ଏକ ପ୍ରକାରର ଉପଯୋଗୀ ଟୁଲ୍ ବା ଅପସନ୍ ରହିଛି। ଯାହା ସାହାଯ୍ୟରେ ଆମେ ଭୁଲ ମେସେଜ୍‌କୁ ଡିଲିଟ୍ କରି ପାରିବା। ଯଦି ଏହି ଫିଚର୍ସର ସମୟ ସୀମା ବଢାଯାଏ, ତେବେ ୟୁଜର୍ସମାନେ ଖୁସି ହେବେ। ପୁରୁଣା ସାତ ଦିନର ମେସେଜ୍ ଡିଲିଜ୍ କରିବାକୁ ସେମାନେ ଅଥରିଟି ପାଇବେ।
ଅନ୍ୟପଟେ ହ୍ବାଟ୍ସଆପ୍ ଆପ୍ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଦୁଇଟି ନୂତନ ସୁରକ୍ଷା ଫିଚର୍ସ ଫ୍ଲେଶ୍ କଲ୍ ଏବଂ ମେସେଜ୍ ଲେଭଲ୍ ରିପୋର୍ଟିଂ ଜାରି କରିଛି । ଏହି ନୂଆ ଫିଚର୍ସ ୟୁଜର୍ସଙ୍କ ପାଇଁ ଉନ୍ନତ ସୁରକ୍ଷା ଏବଂ ନିୟନ୍ତ୍ରଣ ସୁବିଧା ଦେବ। ଏଥିସହିତ ହ୍ବାଟ୍ସଆପ୍ ବିଟା ଚ୍ୟାନେଲ ମଧ୍ୟ ଏହି ଅପଡେଟ୍କୁ ଜାରି କରିଛି। ଏହି ଅପଡେଟ୍ ସାଧରଣତଃ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ହୋଇଛି ।

Leave a Reply

%d bloggers like this: