ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ମଙ୍ଗଳସୂତ୍ର ପିନ୍ଧିଲେ ପତ୍ରଲେଖା

Rajkumar's wife Patralekha wears a sabyasachi mangalsutra

ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ମଙ୍ଗଳସୂତ୍ର ପିନ୍ଧିଲେ ପତ୍ରଲେଖା


ମେଟ୍ରୋ ଟିଭି ବ୍ୟୁରୋ, ୨୪/୧୧: କିଛିଦିନ ତଳେ ରାଜକୁମାର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ନୂଆ କରି ବାହା ହୋଇଥିବା ପତ୍ରଲେଖା ନାଲି ଶାଢୀରେ ଏତେ ସୁନ୍ଦର ଲାଗୁଥିଲେ ଯେ ତାଙ୍କ ଉପରୁ କାହାର ନଜର ହଟୁନଥିଲା । କିନ୍ତୁ ଠିକ୍ ସେତେବେଳେ ତାଙ୍କ ବେକରେ ଥିବା ମଙ୍ଗଳସୂତ୍ର ଉପରେ ସମସ୍ତଙ୍କର ନଜର ପଡିଥିଲା । ବର୍ତ୍ତମାନ ଏବେ ତାଙ୍କ ଏହି ମଙ୍ଗଳ ସୂତ୍ର ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଦୁହେଁ ୧୦ ବର୍ଷ ଡେଟ୍ କରିବା ପରେ ନଭେମ୍ବର ୧୫ରେ ରାଜକୁମାର ଓ ପତ୍ରଲେଖା ଚଣ୍ଡିଗଡ଼ରେ ବିବାହ କରିଥିଲେ। ଏହାର କିଛି ଦିନ ପରେ ସେମାନେ ମୁମ୍ବାଇ ଫେରିଥିଲେ। ମୁମ୍ବାଇ ଫେରିବା ବେଳେ ପତ୍ରଲେଖା ନାଲି ଆଉଟଫିଟ୍‌ରେ ଗର୍ଜିୟସ ଦିଶୁଥିବା ବେଳେ ରାଜକୁମାର ଧଳା ପୋଷାକରେ ହ୍ୟାଣ୍ଡସମ ହଙ୍କ ଭଳି ଲାଗୁଥିଲେ।
ଏହି ସମୟରେ ପତ୍ରଲେଖା ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ରୟାଲ ବେଙ୍ଗଲ ମଙ୍ଗଳସୂତ୍ର ପିନ୍ଧିଥିଲେ। ଏହି ୧.୨ ରୟାଲ ମଙ୍ଗଳସୂତ୍ରଟି ୧୮ କ୍ୟାରେଟ ସୁନା ସହ କଳା ଓନୟଏକ୍ସ ଓ ମୋତିରେ କାରୁକାର‌୍ୟ୍ୟ ହୋଇଥିଲା । ଏହାର ଦାମ ପ୍ରାୟ ୧,୬୫,୦୦୦ ଲକ୍ଷ ଟଙ୍କା । ପତ୍ରଲେଖାଙ୍କ ମଙ୍ଗସୂତ୍ରର ଦାମ ବିଷୟରେ ଜାଣିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରିବା ସହ ଫଟୋକୁ ମଧ୍ୟ ସେୟାର କରିଥିଲେ । ରାଜକୁମାର ଓ ପତ୍ରଲେଖା ପରିବାର ଲୋକଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି । ବାହାଘର ବେଳେ ସେମାନେ ପିନ୍ଧିଥିବା ପୋଷାକ ମଧ୍ୟ ସବ୍ୟସାଚ୍ଚୀ ମୁଖାର୍ଜୀ ଡିଜାଇନ ଦେଇଥିଲେ ।

Leave a Reply

%d bloggers like this: