ବୁର୍ଜ ଖଲିଫାରେ ଅଲୁ ଅର୍ଜୁନ ପାଳିଲେ ଝିଅର ଜନ୍ମଦିନ

Allu Arjun celebrates daughter Allu Arha's birthday at Burj Khalifa

ବୁର୍ଜ ଖଲିଫାରେ ଅଲୁ ଅର୍ଜୁନ ପାଳିଲେ ଝିଅର ଜନ୍ମଦିନ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୧୧: ତେଲୁଗୁ ଷ୍ଟାର୍ ଅଲୁ ଅର୍ଜୁନଙ୍କ ପ୍ରିୟ ଝିଅ ଅଲୁ ଆରହା ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ । ଅଭିନେତା ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଏବଂ ଫଲୋୟର୍ସଙ୍କୁ ଆରହାଙ୍କ କ୍ୟୁଟ୍ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ଏହି ପୋଷ୍ଟଗୁଡିକ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ପାଇଥାଏ ।
ନିକଟରେ ଆରହାଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହି ଅବସରରେ ଅଲୁ ଅର୍ଜୁନ ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଏକ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ ରଖିଥିଲେ । ଅଲୁ ଅର୍ଜୁନ, ସ୍ନେହା ରେଡ୍ଡୀ, ଆୟାନ, ଆରହା ଏବଂ ପରିବାରର ଅନ୍ୟ ସଦସ୍ୟ ଦୁବାଇ ଯାଇ ସେଠାରେ ଜନ୍ମଦିନ ଉପଭୋଗ କରିଥିଲେ । ଦୁବାଇର ଆଇକନିକ୍ ବୁର୍ଜ ଖଲିଫା ବିଲ୍ଡିଂରେ ଅଲୁ ଏହି ପାର୍ଟି ପାଇଁ ଏକ ସ୍ଥାନ ବୁକ୍ କରିଥିଲେ। କୋଠାର ସର୍ବୋଚ୍ଚ ସ୍ତର ସାଧାରଣ ଜନତାଙ୍କ ପାଇଁ ଖୋଲା ନାହିଁ କିନ୍ତୁ ଆରହାଙ୍କ ଜନ୍ମଦିନ ପାର୍ଟି ଏଠାରେ ପାଳନ କରାଯାଇଥିଲା ।
ଏହି ଅବସରରେ ଅଲୁ ଅର୍ଜୁନ ସୋସିଆଲ ମିଡିଆ ୱେବସାଇଟରେ ଆରହାଙ୍କ ସହ ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଥିଲେ । ସେ ଏକ ଇମୋସନାଲ ନୋଟ୍ ଲେଖିଥିଲେ, ‘ହାପି ବର୍ଥଡେ ମାଇଁ ପ୍ରିନ୍ସେସ୍। ମୁଁ ତୁମକୁ ବହୁତ ଭଲପାଏ ଚିନ୍ନା ବେବି । ଆଶା କରୁଛି ଏହି ବର୍ଷ ଅନେକ ରଙ୍ଗ, ଚିତ୍ରାଙ୍କନ ଏବଂ ଭ୍ରମଣରେ ପରିପୂର୍ଣ୍ଣ ରହୁ।’ ଅନ୍ୟପକ୍ଷରେ, ଆରହା ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଔପନ୍ୟାସିକ ଫିଲ୍ମ ଶକୁନ୍ଥଲମରେ ଅଲୁ ଆରହାଙ୍କୁ ଦେଖିବାକୁ ମିଳିବ ।

Leave a Reply

%d bloggers like this: