ବିଳାସପୂର୍ଣ୍ଣ ଆଳୁ ହୋଟଲେ

Big Idaho Potato hotel

ବିଳାସପୂର୍ଣ୍ଣ ଆଳୁ ହୋଟଲେ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୧୧: ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱରା ଆମେ ଅନେକ କିଛି ଆଶ୍ଚର୍ଯ୍ୟ କଲା ପରି ଜିନିଷ ଦେଖିଥାଉ ।ଆଜିକାଲି ଲୋକମାନେ ନିଜ ମନ ମୁତାବକ ରୂପ ରଙ୍ଗ ଦେଇ ଆକର୍ଷଣୀୟ କରିପାରୁଛନ୍ତି । ବାସ୍ତବରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ୬ ଶହ କେଜିର ଆଳୁ ଦେଖିବାକୁ ମିଳିଛି । ପ୍ରକୃତ କଥାହେଉଛି ଏହା ୬ ଶହ କେଜି ର ଆଳୁ ନୁହଁ ବରଂ ଆଳୁ ଆକାରରେ ଏକ ହୋଟେଲ । ୬ ଟନ ବିଶିଷ୍ଟ ଏହି ଆଳୁ ହୋଟେଲ ଭିତରେ ଗ୍ରାହକଙ୍କୁ ସବୁପ୍ରକାର ସୁବିଧା ମିଳିପାରିବ । ଆଳୁରେ ନିର୍ମିତ ଏହି ହୋଟେଲକୁ ଯିବା ପାଇଁ ଗୋଟିଏ ଦିନକୁ ୧୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥଏ । ଆଳୁ ଭିତରେ ନିର୍ମିତ ଏହି ବିଳାସପୂର୍ଣ୍ଣ ହୋଟେଲ ଭିତର ଫଟୋ ଦେଖିଲେ ପ୍ରବେଶ ପାଇଁ ନିଶ୍ଚୟ ମନ ହେବ ।
ଆଳୁ ଅକାରର ଏହି ହୋଟେଲ ଆମେରିକାର ଇଦାହୋ ରାଜ୍ୟରେ ନିର୍ମତ ହୋଇଛି । ଏହି ହୋଟେଲ ରେ ଗୋଟିଏ ରାତି ରହିବାକୁ ହେଲେ ୨୪୭ ଡଲାର ଅର୍ଥାତ୍ ୧୮ ହଜାର ଅଧିକ ଦେବାକୁ ପଡେ । ଆମେରିକାର ଇଦାହୋ ରାଜ୍ୟର ଆଳୁ ଉତ୍ପାଦନ ସାରା ବିଶ୍ୱରେ ପ୍ରସିଦ୍ଧ । ତେଣୁ ଏଠାରେ ଏଭଳି ଭିନ୍ନ୍ ଧରଣର ହୋଟେଲ ତିଆରି କରାଯାଇଛି । ତେବେ ଏହି ହୋଟେଲ ଭିତରେ ମାତ୍ର ଦୁଇ ଜଣ ଗୋଟିଏ ରାତି ରହିପାରିବେ । ହୋଟେଲର ଇଣ୍ଟିରିୟର୍ ଡେକୋରେସନ୍ ଖୁବ ସୁନ୍ଦର । ଏହା ସମ୍ପୁର୍ଣ୍ଣ ଭାବେ ଅତ୍ୟାଧୁନିକ ଶୈଳିରେ ନିର୍ମିତ ହୋଇଛି । ଏହା ଭିତରେ ଗୋଟିଏ ଛୋଟିଆ ରୋଷେଇ ଘର ମଧ୍ୟ ଅଛି । ଏହା ସମ୍ପୁର୍ଣ୍ଣ ଭାବେ ବିଳାସ ପୂର୍ଣ୍ଣ ହୋଇଛି । ଥରେ ଗଲେ ଏହା ଭିତରୁ ଆସିବାକୁ ଇଛାହେବ ନାହିଁ । ବାସ୍ତବରେ ଏହି ଅଧୁନିକ ଜ୍ଞାନ କୌଶଳ ବିଜ୍ଞାନର ସ୍ୱତନ୍ତ୍ରତା ପ୍ରକାଶ କରୁଛି

Leave a Reply

%d bloggers like this: