ଆଖି ବୁଜିଲେ ଅମ୍ରିତ

Amrit Pradhan passed away

ଆଖି ବୁଜିଲେ ଅମ୍ରିତ


ମେଟ୍ରୋ ଟିଭି ବ୍ୟୁରୋ, ୨୪/୧୧: ଆଖି ବୁଜିଲେ ଅମ୍ରିତ । ଶେଷରେ କରୋନା ଲଢେଇରେ ହାରି ଯାଇଛନ୍ତି ବ୍ରହ୍ମପୁରର ଈଞ୍ଜିନିୟର ଅମ୍ରିତ ପ୍ରଧାନ । ଦୀର୍ଘ ୫ ମାସ ହେଲା ସେ ଏକ୍‌ମୋରେ ଥିଲେ । କିଛି ଦିନ ତଳେ ତାଙ୍କର ଫୁସ୍‌ଫୁସ୍ ପ୍ରତିରୋପଣ ହୋଇଥିଲା । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଅମ୍ରିତଙ୍କ ବିୟୋଗ ହୋଇଥିବା ନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି ।
ତେବେ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଅମ୍ରିତ । ଏହାପରେ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା ତାଙ୍କୁ । ଅର୍ଥ ସଂଗ୍ରହ ପାଇଁ ‘ମିଲାପ’ର ସାହାଯ୍ୟ ନିଆଯାଇଥିଲା । କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା । ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ଏହାପରେ ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା । ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା । ଯାହାଦ୍ବାରା ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ । କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା । କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ।

Leave a Reply

%d bloggers like this: