KBC ରେ ଅମିତାଭ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପ୍ରତିଯୋଗୀ

Amitabh Bachhan fails after contestant challenges him to touch his nose

KBC ରେ ଅମିତାଭ୍‌ଙ୍କୁ ଚ୍ୟାଲେଞ୍ଜ ଦେଲେ ପ୍ରତିଯୋଗୀ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୧: ଟେଲିଭିଜନର ପପୁଲାର ରିଆଲିଟି ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜନ୍ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିଛି । ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ହଟ୍ ସିଟ୍‌ରେ ବସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖାଯାଉଛି । ଆଜିକାଲି ଶୋ’ରେ ଷ୍ଟୁଡେଣ୍ଟ୍ ୱିକ୍ ସ୍ପେସିଆଲ୍ ଏପିସୋଡ୍ ଦେଖିବାକୁ ମିଳୁଛି । ଏହି କ୍ରମରେ, ବିଭିନ୍ନ ପିଲାମାନେ ଶୋ’ରେ ଅଂଶଗ୍ରହଣ କରୁଥିବା ଦେଖାଯାଉଛି।
ଏହି ସପ୍ତାହରେ ଶୋ’ରେ ପିଲାମାନଙ୍କୁ ହୋଷ୍ଟ କରୁଥିବା ଅଭିନେତା ଅମିତାଭ୍ ବଚ୍ଚନଙ୍କୁ ଜଣେ ପ୍ରତିଯୋଗୀ ଏକ ମଜାଦାର କାର‌୍ୟ୍ୟ କରିବାକୁ କହିଛନ୍ତି । ପିଲାଟି ବିଗ୍ ବି ଙ୍କୁ ଜିଭରେ ନାକ ଛୁଇଁବାକୁ କହିଛନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ ଅମିତାଭ ଏହି ଚ୍ୟାଲେଞ୍ଜକୁ ସଂପୂର୍ଣ୍ଣ କରିପାରିନାହାଁନ୍ତି ଏବଂ ଶେଷରେ ସେ ହାର ମାନିଛନ୍ତି । ସୋନି ଚ୍ୟାନେଲ ତାହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି।
ସାମ୍ନାକୁ ଆସିଥିବା ଏହି ଭିଡିଓରେ ହଟ୍ ସିଟ୍‌ରେ ବସିଥିବା ପ୍ରତିଯୋଗୀ ଜିଭରେ ନାକ ଛୁଇଁ କହିଛନ୍ତି, ମୁଁ ସମସ୍ତଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଏବଂ ସେମାନେ ଏହା କରିପାରୁଛନ୍ତି କି ନାହିଁ ତାହା ଦେଖିବାକୁ ଚାହୁଁଛି । ଏହା ପରେ ଅମିତାଭ ମଧ୍ୟ ଏହାକୁ ତୁରନ୍ତ ଚେଷ୍ଟା କରିବାକୁ ଲାଗିଛନ୍ତି, କିନ୍ତୁ ସେ ଏଥିରେ ବିଫଳ ହୋଇଛନ୍ତି । ଶେଷରେ, ବିଗ୍ ବି ହାର ମାନି କହିଛନ୍ତି, “ମୋର ଏହା ହେଉନାହିଁ । ଏହା ମୋର ନିଶକୁ ଛୁଉଁଛି କିନ୍ତୁ ନାକ ନୁହେଁ।”

Leave a Reply

%d bloggers like this: