ବୁଲଗେରିଆରେ ବସ୍ ଦୁର୍ଗଟଣା,
୪୫ ଯାତ୍ରୀ ଜୀବନ୍ତ ଦଗ୍ଧ

At least 45 people killed in bus accident in Bulgeria

ବୁଲଗେରିଆରେ ବସ୍ ଦୁର୍ଗଟଣା, ୪୫ ଯାତ୍ରୀ ଜୀବନ୍ତ ଦଗ୍ଧ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୧: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ଅଭାବନୀୟ ଘଟଣା । ଉତ୍ତର ମାକେଡୋନିଆର ପ୍ଲେଟ ନେଇ ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ହେବାରୁ ଅତି କମରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଅଗ୍ନିଶମ ବିଭାଗର ମୁଖ୍ୟ ନିକୋଲାଇ ନିକୋଲୋଭ ଘରୋଇ ଟିଭି ଟେଲିଭିଜନକୁ ଏନେଇ ସୂଚନା ଦେଇଛନ୍ତି ଯେ, “ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି ।
ନିକୋଲୋଭ କହିଛନ୍ତି ଯେ, ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯିବାପୁ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିଲା । ବସଟିର ନିଆଁକୁ ଆୟତ୍ତ କରାଯାଇଛି । ସେ କହିଛନ୍ତି, “ଦୁର୍ଘଟଣାଟି ପ୍ରୟା ବିଳମ୍ୱିତ ରାତିରେ ଘଟିଥିଲା । ଦୁର୍ଘଟଣା ପରେ ସେହି ସ୍ଥାନକୁ ବନ୍ଦ କରିଦିଆଯାଇଛି । ଟ୍ରେନ୍ ଗୁଡିକ ଅନ୍ୟ ଏକ ମାର୍ଗକୁ ସ୍ଥାନାନ୍ତର କରାଯାଇଛି । ସୋଫିଆର ଉତ୍ତର ମାକେଡୋନିଆ ଦୂତାବାସର ଜଣେ ଅଧିକାରୀ BTV କୁ କହିଛନ୍ତି ଯେ ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ।

Leave a Reply

%d bloggers like this: