ବିଶ୍ୱର ସବୁଠୁ ଲମ୍ବା କାର୍‌, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱର ସବୁଠୁ ଲମ୍ବା କାର୍‌, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ପାଇଛି ସ୍ଥାନ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୧: ଏପରି ଏକ କାର୍ ଯାହା ଦିନେ ବିଶ୍ୱର ସବୁଠୁ ଲମ୍ବା କାର ରୂପେ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏହି କାର୍ ଲମ୍ବ ୧୦୦ ଫୁଟ ଥିବା ବେଳେ ଏଥିରେ ୨୬ଟି ଚକ ଲାଗିଥିଲା। ଏହି ବିଳାମସୟ କାର୍ ନାଁ ଆମେରିକାନ ଡ୍ରିମ ରଖାଯାଇଥିଲା । କାର୍ ଏତେ ଲମ୍ବା ଥିଲା ଯେ ଏହା କାର୍ କମ୍ ବେଶି ଟ୍ରେନ ଭଳି ଦେଖାଯାଉଥିଲା ।
ଏହି କାରକୁ ସମ୍ପୂର୍ଣ୍ଣ ବିଳାସମୟ ଭାବେ ଡିଜାଇନ୍ କରି ସଜା ଯାଇଥିଲା । ଏଥିରେ ଟିଭି, ଫ୍ରିଜ, ଟେଲିଫୋନ, ବାଥଟବ୍ ଏହା ସହ ବ୍ୟକ୍ତିଗତ ହ୍ୟାଲିପେଡ, ମିନି ଗଲ୍ଫ କୋର୍ସ, ସ୍ୱିମିଙ୍ଗ୍‌ପୁଲ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ଥିଲା । କାରଟି ଲମ୍ବା ହୋଇଥିବାରୁ ଏଥିରେ ସର୍ବାଧିକ ୭୦ ଜଣ ଲୋକଙ୍କର ବସିବାର ବ୍ୟବସ୍ଥା ଥିଲା । ଗୋଟିଏ କାର୍‌ରେ ଏତେସବୁ ବିଳାସମୟ ସୁବିଧା ମିଳୁଥିବାରୁ କାର୍ ସେତେବେଳେ ସମୟରେ ଖୁବ୍ ଲୋକପ୍ରିୟ ହୋଇଥିଲା ।
ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ୧୯୮୦ ମସିହାରେ ତିଆରି ହୋଇଥିବା ଆମେରିକାନ୍ ଡ୍ରିମ କାରକୁ କୌଣସି କମ୍ପାନୀ ନୁହେଁ ବରଂ ହଲିଉଡ ଫିଲ୍ମ ପାଇଁ ଗାଡ଼ି ଡିଜାଇନ୍ କରୁଥିବା ଜେ ଓହରବର୍ଗ ତିଆରି କରିଥିଲେ । ଓହରବର୍ଗ ଜଣେ ଦକ୍ଷ କାର୍ ଡିଜାଇନର ଥିବାରୁ ତାଙ୍କର କାର୍ ପ୍ରତି ବେଶ୍ ରୁଚିଥିଲା । ସେ ନିଜ ପାଇଁ ମଧ୍ୟ ବହୁତ ପ୍ରକାର ଡିଜାଇନ କରିଛନ୍ତି । ତେବେ ଓହରବର୍ଗ ଏହି କାର୍ ତିଆରି କରିବା ପୂର୍ବରୁ ୧୯୭୬ ମସିହାରେ କାର୍ଡିଲାକ୍ ଏଲ୍ଡରୋଡୋ ଲିମୋଜିନ ତିଆରି କରିଥିଲା । କାର ସମ୍ପୂର୍ଣ୍ଣ ତିଆରି ହୋଇ ରାସ୍ତାକୁ ଓହ୍ଲାଇବାକୁ ୧୨ ବର୍ଷ ଲାଗିଯାଇଥିଲା ।

Leave a Reply

%d bloggers like this: