କରୋନାର ଶିକାର ହେଲେ ସାଉଥ୍ ଷ୍ଟାର କମଲ ହାସନ

Kamal Hassan tests positive for Covid-19

କରୋନାର ଶିକାର ହେଲେ ସାଉଥ୍ ଷ୍ଟାର କମଲ ହାସନ


ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୧: ଅଭିନେତା କମଲ ହାସନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନିକଟରେ ୟୁଏସ ଟ୍ରିପରୁ ଫେରିଥିଲେ କମଲ ହାସନ । ତା’ ପରେ ତାଙ୍କୁ ହଲକା ଥଣ୍ଡା ହୋଇଥିଲା । ଏହା ପରେ ଟେଷ୍ଟ କରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କମଲ ହାସନ କରୋନା ସଂକ୍ରମିତ ହେବା ପରେ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଅଭିନେତା କହିଛନ୍ତି, ମହାମାରୀ ଏପର‌୍ୟ୍ୟନ୍ତ ସରିନାହିଁ । ନିଜର ଧ୍ୟାନ ରଖନ୍ତୁ । କମଲ ହସନ କରୋନାର ଦୁଇଟି ଯାକ ଡୋଜ ନେଇସାରିଲେଣି ।
କମଲ ହସନ ଲେଖିଛନ୍ତି, ‘ମୁଁ ଆମେରିକା ଯାତ୍ରାରୁ ଆସିବା ପରେ ମୋତେ ହାଲକା କାଶ ହୋଇଥିଲା । ତା’ ପରେ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ମୁଁ ଆଇସୋଲେସନରେ ରହିଛି । ଏପର‌୍ୟ୍ୟନ୍ତ ମହାମାରୀ ଶେଷ ହୋଇନାହିଁ । ସମସ୍ତେ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରୁଛି । କମଲ ହାସନ କରୋନା ପଜିଟିଭି ହେବା ପରେ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

Leave a Reply

%d bloggers like this: