ଅଲଗା ହେବେ କି ପ୍ରିୟଙ୍କା-ନିକ୍ ?

Priyanka Chopra removed Jonas surname from instagram

ଅଲଗା ହେବେ କି ପ୍ରିୟଙ୍କା-ନିକ୍ ?


ମେଟ୍ରୋ ଟିଭି ବ୍ୟୁରୋ, ୨୩/୧୧: ବଲିଉଡରୁ ହଲିଉଡ୍‌କୁ ଜମ୍ପ୍ ମାରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରିୟଙ୍କା ଗତ ନଭେମ୍ବର ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍ ହଟାଇ ଦେଇଛନ୍ତି । ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି । ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ ଜୋନାସଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଛାଡପତ୍ର ଖବରକୁ ଖଣ୍ଡନ କରିଛନ୍ତି । ସେ ଏପରି ଗୁଜବ ପ୍ରଚାର ନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ପ୍ରିୟଙ୍କା ନିକଟରେ ତାଙ୍କ ଇନଷ୍ଟା ବାୟୋରେ କିଛି ପରିବର୍ତ୍ତନ କରିଥିଲେ । ଏଥିରେ ସେ ତାଙ୍କର ସରନେମ୍ ‘ଚୋପ୍ରା ଏବଂ ଜୋନାସ’ ହଟାଇଦେଇଥିଲେ ।
ଏଭଳି ଚର୍ଚ୍ଚା ଭିତରେ ନିକ ଜୋନାସ ଇନଷ୍ଟାଗ୍ରାମରେ ତାଙ୍କ ବ୍ୟାୟାମର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ, ନିକ କଠିନ ବ୍ୟାୟାମ କରୁଥିବା ଦେଖିବାକୁ ମଳିଛି । ପ୍ରିୟଙ୍କା ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ କହିଛନ୍ତି ସେ ତାଙ୍କ ଜୀବନସାରା ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହାଁନ୍ତି ଏବଂ ତାଙ୍କ ବାହୁରେ ମରିବାକୁ ଚାହାଁନ୍ତି । ଏହା ସହିତ, ସେ ଆଖିରେ ଏବଂ ହୃଦୟରେ ପ୍ରେମ ସହିତ ଇମୋଜି ଦେଇଥିଲେ । ପ୍ରିୟଙ୍କାଙ୍କ ଏହି କମେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ନିକଙ୍କଠାରୁ ଅଲଗା ହେବାକୁ ଚାହୁଁନାହାଁନ୍ତି । ତାଙ୍କ ସହିତ ଜୀବନ ବିତାଇବାକୁ ଚାହାଁନ୍ତି । ତାଙ୍କ ଏହି କମେଣ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ।
ପ୍ରିୟଙ୍କା ଇନଷ୍ଟା ବାୟୋରୁ ନିଜ ସରନେମ ହଟାଇବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ପ୍ରଶଂସକ ଏଥିରେ ବିରକ୍ତ ହୋଇ ଟୁଇଟ୍ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ହୋଇପାରିବ ନାହିଁ ଯେ ନିକ-ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି । ଦୁହେଁ ଦୀପାବଳିରେ ଏକାଠି ଥିଲେ । କିନ୍ତୁ ବର୍ତ୍ତମାନ ଲାଗୁଛି ମୁଁ ଭୁଲ୍ ଅଟେ । ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘କଣ ନିକ୍-ପ୍ରିୟଙ୍କାଙ୍କ ଛାଡପତ୍ର ହୋଇଗଲା ?’

Leave a Reply

%d bloggers like this: