ବୀରଚକ୍ର ସମ୍ମାନରେ ସମ୍ମାନିତ ହେବେ ଅଭିନନ୍ଦନ ବର୍ଦ୍ଧମାନ

President Kovind awards Vir Chakra to Abhinandan

ବୀରଚକ୍ର ସମ୍ମାନରେ ସମ୍ମାନିତ ହେବେ ଅଭିନନ୍ଦନ ବର୍ଦ୍ଧମାନ


ମେଟ୍ରୋ ଟିଭି ବ୍ୟୁରୋ , ୨୨/୧୧; ଆଜି ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ଗ୍ରୁପ୍ କ୍ୟାପ୍ଟେନ୍’ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର ସମ୍ମାନ ପ୍ରଦାନ କରିବେ । ୨୦୧୯ ଫେବ୍ରୁଆରିରେ ଅଭିନନ୍ଦନ ବାଲାକଟ୍ ଆକାଶରେ ପାକିସ୍ତାନ ଲଢୁଆ ବିମାନର ‘ଏଫ୍-୧୬’ ଗୁଳି ମାରି ଖସାଇ ଦେଇଥିଲେ । ଏଫ୍-୧୬’ ଲଢୁଆ ବିମାନକୁ ଗୁଳି ମାରି ଖସାଇବାରେ ଏକମାତ୍ର ‘ମିଗ୍-୨୧’ ପାଇଲଟ୍ ହେଉଛନ୍ତି ଅଭିନନ୍ଦନ। ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍ କ୍ୟାପ୍ଟେନ୍’ ପାହ୍ୟାକୁ ଉନ୍ନତୀ କରିଥିଲା ।
ସ୍ମରଣଯୋଗ୍ୟ, ପାକିସ୍ତାନ ଅଧିକୃତ କଶ୍ମୀରରେ ସେ ଗୋଟାଏ ‘ଏଫ୍-୧୬’କୁ ଗୁଳି ମାରି ଖସାଇ ଦେବା ପରେ ପାକିସ୍ତାନୀ ସୈନିକମାନେ ମଧ୍ୟ ଅଭିନନ୍ଦନ ଚଳାଉଥିବା ବିମାନକୁ ଖସାଇ ତାଙ୍କୁ ଧରି ନେଇଥିଲେ। ସେତେବେଳେ ସେ ଥିଲେ ୱିଙ୍ଗ୍ କମାଣ୍ଡର୍ ।
୨୦୧୯ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ପଣ୍ଡ କରିବାରେ ଭୂମିକା ନେଇଥିବା ଅଭିନନ୍ଦନଙ୍କ ‘ୟୁନିଟ୍ ୫୧ ସ୍କ୍ବାଡ୍ରନ୍’କୁ ମଧ୍ୟ ‘ୟୁନିଟ୍ ସାଇଟେସନ୍’ (ପ୍ରଶସ୍ତିପତ୍ର) ମିଳିଥିଲା। ‘ସିଆର୍ପିଏଫ୍’ ଗାଡ଼ି ଉପରକୁ ‘ଜୈଶ୍-ଏ-ମହମ୍ମଦ୍’ କରିଥିବା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ବିମାନ ଆକ୍ରମଣ କରିଥିଲା।

Leave a Reply

%d bloggers like this: