ବିବାହ କଲେ ଆଦିତ୍ୟ ଏବଂ ଅନୁଷ୍କା

Anushka Ranjan ties the knot with Aditya Seal

ବିବାହ କଲେ ଆଦିତ୍ୟ ଏବଂ ଅନୁଷ୍କା


ମେଟ୍ରୋ ଟିଭି ବ୍ୟୁରୋ, ୨୨/୧୧: ବଲିଉଡରେ ଏବେ ବିବାହର ସିଜିନ ଚାଲିଛି । ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପରେ ବର୍ତ୍ତମାନ ଅନୁଷ୍କା ରଂଜନ ଏବଂ ଆଦିତ୍ୟ ସିଲ୍ ମଧ୍ୟ ବିବାହ କରିଛନ୍ତି । ଆଦିତ୍ୟ ଏବଂ ଅନୁଷ୍କାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଅନୁଷ୍କା ଏକ ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିତ୍ୟ କ୍ରିମ ରଙ୍ଗର ଶେରୱାନି ପିନ୍ଧିଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଆଦିତ୍ୟ ଅନୁଷ୍କାଙ୍କ ହାତ ଧରିଥିବା ନଜର ଆସିଥିଲେ । ଅନ୍ୟ ଏକ ଭିଡିଓରେ ଆଦିତ୍ୟ ତାଙ୍କ ବରଯାତ୍ରୀରେ ନାଚୁଥିବା ଦେଖିବାକୁ ମିଳିଥିଲା ।
ଆଦିତ୍ୟ ଏବଂ ଅନୁଷ୍କା ସଂଗୀତ ଉତ୍ସବରେ ଛଲକା ଛଲ୍‌କା ଗୀତରେ ଡ୍ୟାନ୍ସ କରିଥିଲେ । ସେହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଥିଲା । ଆଦିତ୍ୟ ଫିଲ୍ମ ବତି ଗୁଲ ମିଟର ଚାଲୁ, ଇନ୍ଦୁ କି ଜଓ୍ଵାନୀ, ତୁମ ବିନ୍ ୨ରେ ନଜର ଆସିଛନ୍ତି । ଏହାଛଡା ଅନୁଷ୍କା ଏବଂ ଆଦିତ୍ୟ ୱେବ୍ ସିରିଜ ଫିତରତ୍ ରେ ଏକାଠି କାମ କରିଛନ୍ତି ।

Leave a Reply

%d bloggers like this: