ଟ୍ରେନ ଆଗରେ ଛିଡା ହୋଇ ଆତ୍ମହତ୍ୟା କଲେ ଯୁବକ

Man commits suicide by jumping in front of train

ଟ୍ରେନ ଆଗରେ ଛିଡା ହୋଇ ଆତ୍ମହତ୍ୟା କଲେ ଯୁବକ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୧୧: ଛାତି ଥରାଇଦେବା ଭଳି ଏକ ଘଟଣା । ଟ୍ରେନ ଆଗରେ ଛିଡା ହୋଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ଏକ ହୃଦୟ ଵିଦାରକ ଦୃଶ୍ୟ ଦେଖିଵାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ । ଟ୍ରେନ୍ ଆସୁଥିବାବେଳେ ହତାଠ୍ ଟ୍ରାକରେ ଛିଡା ହୋଇଗଲେ ଜଣେ ଯୁବକ । କଣ ଘଟିବ କିଛି ବୁଝିବା ପୂର୍ବରୁ ଯୁବକ ଜଣଙ୍କୁ ଧକ୍କା ମାରି ଚାଲିଯାଇଥିଲା ଲୌହ ଦାନବ।
କେହି କିଛି ବୁଝିବା ପୂର୍ବରୁ ନିମିଷକେ ଚାଲିଗଲା ଜୀବନ । ପରିସ୍ଥିତି ଏମିତି ହୋଇଥିଲା ଯେ କେହି ଚାହିଁ ମଧ୍ୟ ଚେଷ୍ଟା କରିପାରିନଥିଲେ । କାରଣ ହାତରେ ଆଉ ସମୟ ନଥିଲା । ଟ୍ରେନ୍ ଆସି ପାଖରେ ହୋଇଯାଇଥିଲା । ସେହିପରି ଟ୍ରେନ ହର୍ଣ୍ଣ ମାରିଲେ କଣ ହେବ ନିମିଷକ ମଧ୍ୟରେ ଧକ୍କା ମାରି ଚାଲି ଯାଇଥିଲା ଟ୍ରେନ । ଆଉ ବଞ୍ଚି ନଥିଲା ଯୁବକ ଜଣକ । ଷ୍ଟେସନରେ ଆସୁଥିବା ଟ୍ରେନ ଆଗରେ ଛିଡାହୋଇ ଆତ୍ମହତ୍ୟା କରିବା ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆର ଘୁରି ବୁଲୁଛି ।
ଆତ୍ମହତ୍ୟା କରିଥିବା ଯୁଵକର ଘର ଵାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର । ସେହି ଗ୍ରାମର ଅନିରୁଦ୍ଧ ଵେହେରାଙ୍କ ୨୪ ର୍ବଷୀୟ ବଡ଼ପୁଅ ଵୁଲୁ । ତାଙ୍କର ଦାଦା ହାଇଦ୍ରାବାଦରେ ଦୋକାନ କରୁଥିବା ବେଳେ ବୁଲୁ ୩ ଦିନ ପୂର୍ବରୁ ବୁଲିବାକୁ ଯାଇଥିଲା । ଗତକାଲି ଅପରାହ୍ନରେ ଏପରି ଘଟଣା ଘଟିଥିବାର ଜଣା ପଡିଛି । ଖବର ପାଇ ବାପା ଓ ମା ହାଇଦ୍ରାବାଦ ପହଞ୍ଚିଛନ୍ତି ।

Leave a Reply

%d bloggers like this: