କୃଷକଙ୍କୁ ଖଲିସ୍ତାନୀ କହିବା କଙ୍ଗନାଙ୍କୁ ପଡିଲା ମହଙ୍ଗା, ଅଭିଯୋଗ ଆଣିଲେ ଶିଖ୍ ସମ୍ପ୍ରଦାୟ

Kangana Ranaut calls farmers khalistanies

କୃଷକଙ୍କୁ ଖଲିସ୍ତାନୀ କହିବା କଙ୍ଗନାଙ୍କୁ ପଡିଲା ମହଙ୍ଗା, ଅଭିଯୋଗ ଆଣିଲେ ଶିଖ୍ ସମ୍ପ୍ରଦାୟ


ମେଟ୍ରୋ ଟିଭି ବ୍ୟୁରୋ, ୨୨/୧୧: ବଲିଉଡର ପଙ୍ଗା ଗର୍ଲ କଙ୍ଗନା ରାଣାୱତ୍ ତାଙ୍କ ବିବାଦୀୟ ବୟାନ ହେତୁ ଏବେ ଚର୍ଚ୍ଚାରେ। ଏକ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁଁ ବଢିଯାଇଛି କଙ୍ଗନାଙ୍କ ଅଡୁଆ । ସେ ସୋସିଆଲ ମିଡିଆରେ କିଛି ସେୟାର କରିବା ପୂର୍ବରୁ ପ୍ରଥମେ ଭାବନ୍ତି ନାହିଁ । ଏବେ ଚାଷୀଙ୍କୁ ଖଲିସ୍ତାନୀ କହିଥିବାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।
ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ଏହି ଅଭିଯୋଗ ଆଣିଛି। କମିଟି ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ରାଣାୱତଙ୍କ ବିରୋଧରେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନର ସାଇବର ସେଲରେ ଅଭିଯୋଗ କରାଯାଇଛି । କମିଟି କହିଛି ଯେ ସୋସିଆଲ ମିଡିଆରେ ନିଜର ଏକ ପୋଷ୍ଟରେ ରଣାୱତ ଚାଷୀଙ୍କ ବିରୋଧକୁ ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହିଛନ୍ତି।
ପୂର୍ବରୁ କୃଷି ବିଲକୁ ସମର୍ଥନ କରି କଙ୍ଗନା କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ସେ ଲେଖିଥିଲେ – ପ୍ରଧାନମନ୍ତ୍ରୀ, ଶୋଇଥିବା ବ୍ୟକ୍ତିଙ୍କୁ ଉଠାଯାଇପାରିବ, ଯିଏ ଭୁଲ୍ ବୁଝିଥିବ ତାଙ୍କୁ ବୁଝା ଯାଇ ପାରିବ । କିନ୍ତୁ ଯଦି ଯିଏ ଶୋଇବା ଅଭିନୟ କରେ, ନ ବୁଝିବାର ଅଭିନୟ କରେ, ସେହି ବ୍ୟକ୍ତିଙ୍କୁ ବୁଝାଇବା ଦ୍ୱାରା କ’ଣ ଫରକ ପଡ଼ିବ ?
କଙ୍ଗନାଙ୍କ ଏହି ବୟାନ ପରେ ତାଙ୍କୁ ବହୁ ସମାଲୋଚନା କରାଯାଇଥିଲା ଏବଂ କଙ୍ଗନାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା । ଆଇପିସିର ଧାରା ୪୪, ୧୦୮, ୧୫୩, ୧୫୩ ଏ ଏବଂ ୫୦୪ ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

Leave a Reply

%d bloggers like this: