ଅତିଥିଙ୍କ ସାମ୍ନାରେ ପତ୍ନୀଙ୍କୁ ଲିପ୍ କିସ୍ କଲେ ଭଲ୍ଲାଲଦେବ

Rana Daggubati and Miheeka Bajaj kiss at the mandap

ଅତିଥିଙ୍କ ସାମ୍ନାରେ ପତ୍ନୀଙ୍କୁ ଲିପ୍ କିସ୍ କଲେ ଭଲ୍ଲାଲଦେବ


ମେଟ୍ରୋ ଟିଭି ବ୍ୟୁରୋ,୨୨/୧୧: ଟଲିଉଡର ସୁପରଷ୍ଟାର ଭଲ୍ଲାଲଦେବ ତଥା ରାଣା ଦଗ୍ଗୁବତୀ ୮ ଅଗଷ୍ଟ ୨୦୨୦ରେ ଗର୍ଲଫ୍ରେଣ୍ଡ ମିହିକା ବାଜାଜଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ବିବାହର ଏକ ଅଦୃଶ୍ୟ ଭିଡିଓ ମିହିକା ବାଜାଜ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାଣା ଏବଂ ମିହିକାଙ୍କ କେମେଷ୍ଟ୍ରି ଖୁବ୍ ଜମୁଛି ।
ଏହି ଭିଡିଓ ବିଷୟରେ କହିବାକୁ ଗଲେ ମିହିକା ସୋସିଆଲ ମିଡିଆରେ ହଳଦୀ ରସମ୍ ଠାରୁ ଆରମ୍ଭ କରି ସଂଗୀତ୍ ,ବିବାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରାଣା ତାଙ୍କ ପତ୍ନୀ ମିହିକାଙ୍କ ସହ ପୋଜ୍ ଦେଇଥିବା ବେଳେ ନିଜ ଖୁସି ଜାହିର କରି ପାରୁନାହାନ୍ତି । ଏହି ଭିଡିଓରେ ଦୁହିଁକର ଏକ ଲିପ୍‌-ଲକ୍ କ୍ଲିକ୍ ମଧ୍ୟ ରହିଛି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓ ସେୟାର କରି ମିହିକା ଲେଖିଛନ୍ତି, ପରଫେକ୍ଟ ମ୍ୟାଚ୍ । ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହର ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ।

Leave a Reply

%d bloggers like this: