ସର୍ଜରୀ ପରେ ନୂଆ ଲୁକରେ ନଜର ଆସିଲେ ସୁସ୍ମିତା

Sushmita Sen's new look after surgery

ସର୍ଜରୀ ପରେ ନୂଆ ଲୁକରେ ନଜର ଆସିଲେ ସୁସ୍ମିତା


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୧: ବଲିଉଡ୍‌ର ମିସ୍ ୱାର୍ଲଡ୍ ଟାଇଟଲ୍ ଜିତିଥିବା ସୁସ୍ମିତା ସେନ୍ ଆଜି ତାଙ୍କର ୪୬ତମ ଜନ୍ମଦିନ ପାଳନ କରିଛନ୍ତି । ସୁସ୍ମିତା ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଜଣାଶୁଣା ଚେହରା ତଥା ଅଭିନେତ୍ରୀ ଭାବେ ପ୍ରସିଦ୍ଧ । ତାଙ୍କ ସୁନ୍ଦରତା ଓ ଅଭିନୟ ଯୋଗୁଁ ଏବଂ ସାମାଜିକ ସେବା କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏଥିପାଇଁ ତାଙ୍କ ଫ୍ୟାନ୍ ଫଲୋଅର୍ସ ମଧ୍ୟ ଖୁବ୍ ଅଧିକ।
ତାଙ୍କ ଜନ୍ମଦିନ ଅବସରରେ ସୁସ୍ମିତା ସେନ୍ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ସରପ୍ରାଇଜ୍ କରିଦେଇଛନ୍ତି । ଏହା ସହ ସେ ସେମାନଙ୍କୁ ଭଲ ପାଇବା ସହ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ନେଇ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାକୁ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରଛନ୍ତି ।
ଏହି ଭିଡିଓ ସେୟାର କରି ସୁସ୍ମିତା ସେନ୍ ପ୍ରଶଂସକଙ୍କୁ ତାଙ୍କର ନୂଆ ଲୁକ୍ ଦେଖାଇଛନ୍ତି । ଭିଡିଓରେ ସୁସ୍ମିତା ହେୟାର କଟ୍ କରିଥିବାର ନଜର ଆସିଛନ୍ତି । ଭିଡିଓରେ ସୁସ୍ମିତା ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛନ୍ତି । ଏନେଇ ସେ କହିଛନ୍ତି ଯେ “ଏହା ମୋର ନୂଆ ଅବତାର । ମୁଁ ବର୍ତ୍ତମାନ ମୋର ଅସ୍ତ୍ରୋପଚାରରୁ ସୁସ୍ଥ ଅଛି । ତୁମର ପ୍ରାର୍ଥନା ପାଇଁ ଧନ୍ୟବାଦ । ଯେତେବେଳେ ମୁଁ ମୋର ଅସ୍ତ୍ରୋପଚାର ବିଷୟରେ କହିଥିଲି, ତୁମମାନଙ୍କ ମଧ୍ୟରୁ କେତେଜଣ ବିରକ୍ତ ମଧ୍ୟ ହୋଇଥିଲେ । କିନ୍ତୁ ମୁଁ କହିବାକୁ ଚାହେଁ ଯେ ମୁଁ ବର୍ତ୍ତମାନ ଭଲ ଅଛି। ଚିନ୍ତା କରିବାର କିଛି ନାହିଁ । ମୁଁ ଆଶା କରେ ତୁମେ ମୋର ନୂଆ ହେୟାର ଷ୍ଟାଇଲ ମଧ୍ୟ ପସନ୍ଦ କରିବ” ।

Leave a Reply

%d bloggers like this: