ଶେଷ ନିଃଶ୍ୱାସ ତ୍ୟାଗ କଲେ ୱିଲ ରିୟାନ

Will Ryan dies at the age of 72

ଶେଷ ନିଃଶ୍ୱାସ ତ୍ୟାଗ କଲେ ୱିଲ ରିୟାନ


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୧: ଡିଜନି କ୍ୟାରେକ୍ଟରର ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କର ପରଲୋକ ହୋଇଛି । ହଲିଉଡ ରିପୋର୍ଟ ଅନୁଯାୟୀ ୧୯ ନଭେମ୍ବରରେ ତାଙ୍କର ପରଲୋକ ହୋଇଛି । ଗତ କିଛିଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିବା ଆମେରିକୀୟ କଳାକାର ରିୟାନ ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ରିଆନ୍ ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କିଛି ସର୍ଟ ଆନିମେଟେଡ ପ୍ରୋଜେକ୍ଟରେ ଭଏସ ଦେଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ସହ ୟୁନିଭର୍ସାଲର ଆନିମେଟେଡ୍ ଫିଲ୍ମ ‘ଦି ଲ୍ୟାଣ୍ଡ ବିଫୋର ଟାଇମ୍‌’ ଏବଂ ମିକି ମାଉସ୍ କ୍ଲବ୍ ହାଉସରେ ମଧ୍ୟ ସ୍ୱର ଦେଇ ବହୁତ ଲୋକପ୍ରିୟ ହୋଇଥିଲେ । ସେ ଜଣେ ସୁନ୍ଦର ଓ ନିଃସ୍ୱାର୍ଥପର ବ୍ୟକ୍ତି ଥିଲେ । ରିୟାନ ଏକାଧାରାରେ ଜଣେ ସ୍ୱର କଳାକାର ସହ ମ୍ୟୁଜିସିୟାନ, ସଙ୍ଗରାଇଟର ଓ କମେଡି କଳାକାର ଥିଲେ । ତାଙ୍କ ବିୟୋଗରେ ସାରା ବିଶ୍ୱ ଦୁଖିତଃ । ଜଣେ ଭଲ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି ରିୟାନଙ୍କ ବନ୍ଧୁ ଲିମସ।

Leave a Reply

%d bloggers like this: