ଲଡ୍ଡୁ ଗୋପାଳଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ପୂଜାରୀ

Ladoo Gopal's statue breaks, priest reaches hospital

ଲଡ୍ଡୁ ଗୋପାଳଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ପୂଜାରୀ


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୧: ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ମନ୍ଦିରର ପୂଜାରି ଲଡ୍ଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି ନେଇ ହସ୍ପିଟାଲରେ ପହଞ୍ଚିଗଲେ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଲେଖ ସିଂହ ନାମକ ଜଣେ ପୂଜାରୀ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିର ଚିକିତ୍ସା କରିବାକୁ ହସ୍ପିଟାଲ ନେଇ ଯାଇଥିଲେ । କଥାଟି ଅବିଶ୍ୱନୀୟ ହେଲେ ବି ସତ ।
ଘଟଣାଟି ହେଉଛି ପୂଜାରୀ ଜଣଙ୍କ ଭଗବାନଙ୍କ ସ୍ନାନ କରିବା ସମୟରେ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତିର ବାମ ହାତ ଭାଙ୍ଗିଯାଇଥିଲା । ତେବେ ପୂଜାରୀ ଜଣଙ୍କ ଦୁଃଖରେ ଏମିତି ଭାଙ୍ଗିପଡିଲେ ଯ, ସେ ସଂଗେ ସଂଗେ ହସ୍ପିଟାଲ ଅଭିମୁଖେ ଧାଇଁଥିଲେ । ଯେତେବେଳେ ସେ ହସ୍ପିଟାଲରେ ପହଞ୍ଚିଲେ ତାଙ୍କୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ଡାକ୍ତର ପୂଜାରୀଙ୍କ ଭାବନାକୁ ସମ୍ମାନ ଜଣାଇ ଲଡ୍ଡୁ ଗୋପାଳଙ୍କ ହାତ ପ୍ଲାଷ୍ଟର କରିବା ସହ ପଟି ବାନ୍ଧିଦେଇଥିଲେ ।
ଏହା ପୂର୍ବରୁ ଗୋଟିଏ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପୂଜାରୀ ଜଣଙ୍କ ମୂର୍ତ୍ତି ଟିକୁ ହାତରେ ଧରି କିପରି କାନ୍ଥରେ ମୁଣ୍ଡ ପିଟୁଛନ୍ତି । ଏମିତି ଦୀର୍ଘ ସମୟ କନ୍ଦା କଟା ହେବା ପରେ ଡାକ୍ତର ଆଉ ପୂଜାରୀଙ୍କ ଦୁଃଖ ସମ୍ଭାଳି ନପାରି ଆଗେଇ ଆସିଥିଲେ ଚିକିତ୍ସା କରିବାକୁ ।

Leave a Reply

%d bloggers like this: