ଗୋବର ଖାଇଲେ ଡାକ୍ତର,
କହିଲେ ଉପକାର

The doctor said that eating cow dung is beneficial

ଗୋବର ଖାଇଲେ ଡାକ୍ତର, କହିଲେ ଉପକାର


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୧: ଆଜି କାଲି ସୋସିଆଲ ମିଡିଆରେ ବହୁତ୍ ମଜା ଦର୍ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରେ। ଏପରି ମଜାଳିଆ ଭିଡ଼ିଓ ସେୟାର ହୋଇଥାଏ ଯାହାକୁ ଦେଖି ଆପଣ ନିଜର ହସ ରୋକି ପରିଁ ନଥନ୍ତି।ସେହିପରି ଏକ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭୈରାଲ୍ ହେବାରେ ଲଗିଛି। ଏହି ଭିଡ଼ିଓରେ ଜଣେ ଡାକ୍ତର ଗାଈର ଗୋବର ଖାଇବାର ଦେଖିବାକୁ ମିଳିଛି। ସେହି ଡାକ୍ତର ଙ୍କ ନା ହେଉଛି ମନୋଜ ମିତ୍ତଲ । ହରିଆଣା ର କର୍ଣାଲ ବାସି ଏମ୍‌.ବି.ବି.ଏସ୍ ଡାକ୍ତର ମନୋଜ ମିତଳ ଗତ କିଛି ବର୍ଷ ହେଲା ଗୋମୁତ୍ର ପିଅନ୍ତି ଆଉ ଗୋବର ଖାଉଥିଲେ। ଗୋବର ଖାଇବାର କାରଣ ପଚାରିଲେ ସେହି ଡକ୍ଟର ଜଣକ ଗୋବର ଖାଇବାର ବହୁ ପ୍ରକାର ଉପକାର ବିଷୟରେ କହୁଥିଲେ। ତାଙ୍କ କହିବା ଅନୁସାରେ ଯଦି ଗବର୍ଭବତି ମହିଳା ଡେଲିଭରି ସମୟରେ ଗୋବର ର ରସ ପିଏ ତେବେ ଡେଲିଭରି ନର୍ମାଲ ତରିକରେ ହେବାର ଚନ୍ସ ଥାଏ। କେବଳ ଏତିକି ନୁହଁ ଗାଈର ଗୋବର ଖାଇବା ଦ୍ଵାରା ବହୁପ୍ରକର ରୋଗ ଠିକ୍ ହେବାର ଦାବି ମଧ୍ୟ ସେ କରିଛନ୍ତି। ଡକ୍ଟର ମିତ୍ତଳ ଜଣେ ଶିଶୁ ବିଭାଗର ଡାକ୍ତର। ସେ ନିଜେ ବି ଗୋବର ଖାଆନ୍ତି ଆଉ ନିଜ ରୋଗୀଙ୍କୁ ମଧ୍ୟ ଗୋବର ଖାଇବାକୁ କହିଥାନ୍ତି। ତାଙ୍କ କହିବା ଅନୁସାରେ ଗାଈର ଗୋବର ରେ ୨୮% ଅକ୍ସିଯେନ୍ ଥାଏ , ଯାହାକି ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଆଣ୍ଠୁ ଗଣ୍ଠି ବାତ ପାରି ରୋଗା ରୁ ମଧ୍ୟ ମୁକ୍ତି ମିଳେ ବୋଲି ମଧ୍ୟ ସେ ଏହି ଭିଡିଓରେ କାହିଛନ୍ତି । ଅହୁରି ମଧ୍ୟ କହିଛନ୍ତି ଯେ ଗୋବରରୁ ପନ୍‌ଚଗବ୍ୟ ମିଳେ । ଯାହାର ପ୍ରତ୍ୟେକଟି ଅଂଶ ଶରୀରକୁ ଲାଭ ଦେଇଥାଏ । ଗୋବର ଖାଇଲେ ଦେହ ଓ ମନ ଶୁଦ୍ଧ ହୋଇଥାଏ । ଏହାକୁ ଥରେ ଖାଇଲେ ମନ ପବିତ୍ର ହୁଏ ବୋଲି ଡାକ୍ତର ମନୋଜ ମିତଳ କହିଛନ୍ତ ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଭଳି ଭ୍ରାନ୍ତ ଚିନ୍ତା ଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭିଡିଓରେ ଡାକ୍ତର ବାବୁ କ୍ୟାମେରା ସାମ୍ନାରେ ତଳୁ ଗାଈର ଗୋବର ଉଠାଇ ଖାଉଛନ୍ତି। ଏଥିସହ ସେ ଗୋବରର ଲାଭ ସମ୍ପର୍କରେ ମଧ୍ୟ କହୁଛନ୍ତି ।

Leave a Reply

%d bloggers like this: