କେତେ ବିବାହ କରିବେ ଅମୀର ଖାନ୍ ?

Aamir Khan's 3rd marriage

କେତେ ବିବାହ କରିବେ ଅମୀର ଖାନ୍ ?


ମେଟ୍ରୋ ଟିଭି ବ୍ୟୁରୋ, ୨୧/୧୧: ବଲିଉଡରେ ଏବେ ବିବାହର ସିଜିନ୍ ଚାଲିଛି । କିଛି ବଲିଉଡ ଷ୍ଟାର ବିବାହ କରୁଛନ୍ତି ଆଉ କିଛି ଆଗାମୀ ଦିନରେ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥି ମଧ୍ୟରେ ଏକ ଖବର ଆସିଛି ଯେ, ବଲିଉଡର ମିସ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେ ହଠାତ୍ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେଇଛନ୍ତି । ଏହାପରେ ଉଭୟ ଅମୀର ଓ କିରଣ ନିଜ ପକ୍ଷରୁ ସ୍ପଷ୍ଟିକରଣ ଦେବାକୁ ଯାଇ କହିଥିଲେ ଯେ, ‘ଆମେ ଆଉ ପତି -ପତ୍ନୀ ହୋଇନାହୁଁ । ବରଂ ଆମେ ଆମ ପିଲାମାନଙ୍କର ଅଭିଭାବକ ହୋଇ ରହିବୁ’ । ଅମୀର ଓ କିରଣଙ୍କ ଏହି ସ୍ପଷ୍ଟୋକ୍ତି ପ୍ରଶଂସକଙ୍କୁ ଚକିତ କରିଥିଲା ।
ବଲିଉଡ ଲାଇଫ ଖବର ଅନୁଯାୟୀ, ଅମୀର ଖାନ ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରି ବସିଛନ୍ତି । ଫିଲ୍ମରେ ଅମୀର ଖାନଙ୍କ ସହ କରିନା କପୁର ନଜର ଆସିବେ । ଫିଲ୍ମ ସହ ଅଭିନେତା ନିଜ ତୃତୀୟ ବିବାହ ଚର୍ଚ୍ଚାକୁ ନେଇ ମଧ୍ୟ ବ୍ୟସ୍ତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ଫିଲ୍ମ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁନାହାନ୍ତି ବୋଲି କୁହାଯାଉଛି । ତେବେ ଏସବୁ ଖବରରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଜଣାପଡିବ । ଅମୀରଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲା । ରୀନାଙ୍କ ଠାରୁ ଅଲଗା ହେବାପରେ ୨୦୦୫ ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ । ଅମୀର ଓ କିରଣଙ୍କ ଗୋଟିଏ ପୁଅ ଅଛି । ବିବାହର ୧୫ ବର୍ଷ ପରେ ୨୦୨୧ରେ ଦୁହେଁ ଅଲଗା ହୋଇଯାଇଛନ୍ତି। ତେବେ ବିବାହ ବିଚ୍ଛେଦ ପରେ ବି ଦୁହେଁ ଭଲ ବନ୍ଧୁ ହୋଇ ରହିବେ ବୋଲି ଅମୀର କହିଥିଲେ ।

Leave a Reply

%d bloggers like this: