ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

Suna Besha of Lord Jagannath

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ


ମେଟ୍ରୋ ଟିଭି ବ୍ୟୁରୋ, ୧୯/୧୧: ଆଜି ପଞ୍ଚୁକର ଶେଷ ଦିନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ରାଜରାଜେଶ୍ବର ବା ସୁନାବେଶ ଅନୁଷ୍ଠିତ ହୋଇଛି । ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ ।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ମହାପ୍ରଭୁ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ । ମଙ୍ଗଳ ଆଳତି ଅବକାଶ ନୀତି ପରେ ଏହି ବେଶରେ ସଜ୍ଜିତ ହେବେ ମହାପ୍ରଭୁ। ଆଜି ମଧ୍ୟ କାର୍ତ୍ତିକ ମାସରେ ଶେଷ ଦିନ। କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରଣୀରେ ଡଙ୍ଗା ଭସାଇବା ଓ ବୁଡ ପକାଇବା ପାଇଁ ଭକ୍ତଙ୍କ ସମାଗମ ହୋଇଛି। ତେବେ କରୋନା କଟକଣା ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର ।
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିବା ଆଶଙ୍କା ଥିବାରୁ ପ୍ରଶାସନର ଏସଓପି ଅନୁଯାୟୀ, ଶୁକ୍ରବାର ସାଧାରଣ ଦର୍ଶନ ବନ୍ଦ ରହିଛି । ତେଣୁ ଏହି ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ରହିଛନ୍ତି । ତେବେ ଭକ୍ତଙ୍କୁ ନିରାଶ କରିନାହାନ୍ତି ମହାପ୍ରଭୁ । ପ୍ରଥମଥର ପାଇଁ ପତିତପାବନଙ୍କୁ ସେବାୟତମାନେ ସୁନାବେଶରେ ସଜ୍ଜିତ କରିଥିବାବେଳେ ଏହି ବେଶ ଦେଖି ଭକ୍ତ ଯେତିକି ଖୁସି ସେବାୟତ ମଧ୍ୟ ସେତିକି ଖୁସି।

Leave a Reply

%d bloggers like this: