ଦ୍ୱିତୀୟ ଥର ବିବାହ କଲେ ଅଭିନେତ୍ରୀ ପୂଜା ବାର୍ନାଜୀ, ବଙ୍ଗୀୟ ରୀତିନୀତିରେ କଲେ ବିବାହ

Puja Banarjee ties the knot with Kunal Verma in goa

ଦ୍ୱିତୀୟ ଥର ବିବାହ କଲେ ଅଭିନେତ୍ରୀ ପୂଜା ବାର୍ନାଜୀ, ବଙ୍ଗୀୟ ରୀତିନୀତିରେ କଲେ ବିବାହ


ମେଟ୍ରୋ ଟିଭି ବ୍ୟୁରୋ, ୧୯/୧୧: ପୁଣି ଥରେ ବିବାହ କଲେ ‘ଦେବୋଁ କେ ଦେବ ମହାଦେବ’ ର ଫେମ ପୂଜା ବାନାର୍ଜୀ । ଦ୍ବିତୀୟ ଥର ପାଇଁ ନିଜ ସ୍ୱାମୀ କୁନାଲ ବର୍ମାଙ୍କ ହାତ ଧରିଛନ୍ତି ପୂଜା । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ପୂଜା ଓ କୁନାଲ ଉଭୟ ବେଶ୍ ସୁନ୍ଦର ଦେଖାଯାଉଛନ୍ତି ।
ଗତ ବର୍ଷ ପଞ୍ଜୀକୃତ ବିବାହ କରିଥିବା ଏହି ଟେଲି ଦମ୍ପତି ସୋମବାର ଦିନ ବଙ୍ଗଳା ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ୨୦୧୭ରେ କୁନାଲ-ପୂଜା ନିର୍ବନ୍ଧ କରିଥିଲେ। ଚଳିତ ବର୍ଷ ଏପ୍ରିଲ ୧୫ରେ ସେମାନେ ବିବାହ କରିଥାନ୍ତେ, ହେଲେ କରୋନାକୁ ନେଇ ଲକ୍‌ଡାଉନ୍ କାରଣରୁ ଏହା ଘୁଞ୍ଚି ଯାଇଥିଲା । ପରେ ଉଭୟ ରେଜିଷ୍ଟ୍ରି ମ୍ୟାରେଜ୍ କରି ଏକାଠି ରହୁଥିଲେ। ହେଲେ ସେ କହିଥିଲେ କି ସମୟ ଦେଖି ଦୁହେଁ ରୀତିନୀତି ଅନୁଯାୟୀ ବିବାହ କରିବେ ।
ପୂଜାଙ୍କ ବିବାହରେ ପରିବାର ସହ ଅତି ନିକଟତର ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ପୂଜାଙ୍କ ପୁଅ କୃଶିବ ତାଙ୍କ ବାପା ମା’ଙ୍କ ବିବାହକୁ ଅଧିକ ସ୍ପେସିଆଲ ବନାଇଛନ୍ତି ।
ପୂଜା ଅନେକ ଟିଭି ଶୋରେ ଅଭିନୟ କରିଛନ୍ତି । ‘ଦେବୋଁ କେ ଦେବ ମହାଦେବ’ ର ପାର୍ବତୀ ଭୂମିକା ପାଇଁ ସେ ବେଶ୍ ଜଣାଶୁଣା । ବିଗ୍‌ବସ୍ ବଙ୍ଗଳା ଏବଂ ଝଲକ ଦିଖ୍‌ଲାଜା ଭଳି ରିୟାଲିଟି ସୋ ରେ ମଧ୍ୟ ସେ ଭାଗ ନେଇଛନ୍ତି ।

Leave a Reply

%d bloggers like this: