ଡଙ୍ଗା ଭସାଇ ଶ୍ରଦ୍ଧାଳୁ ପାଳିଲେ କାର୍ତ୍ତିକ ପୂର୍ଣ୍ଣିମା

Kartika Purnima

ଡଙ୍ଗା ଭସାଇ ଶ୍ରଦ୍ଧାଳୁ ପାଳିଲେ କାର୍ତ୍ତିକ ପୂର୍ଣ୍ଣିମା


ମେଟ୍ରୋ ଟିଭି ବ୍ୟୁରୋ, ୧୯/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ୧୨ ମାସରେ ୧୩ ପର୍ବ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟତମ । ଧର୍ମ ପୁରାଣ ଅନୁସାରେ ଆଷାଢ, କାର୍ତ୍ତିକ, ମାର୍ଗଶିର ଓ େବୈଶାଖ – ଏହି ଚାରିମ।।ସ ବର୍ଷର ପୁଣ୍ୟମାସ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଖ୍ନେଷ୍ଠ ବୋଲି ବିବେଚନା କରାଯାଏ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଭୋରରୁ ସ୍ନାନ କରିବାଠୁ ସଂଧ୍ୟାରେ ଆକାଶଦୀପ ଦେବାଯାଏଁ ସବୁଥିରେ ଧାର୍ମିକ ମାହାତ୍ମ୍ୟ ରହିଛି । ଶେଷ ପାଞ୍ଚ ଦିନକୁ ପଞ୍ଚୁକ ଭାବେ ପାଳନ କରାଯାଇଥାଏ ।
ଏହି ଅବସରରେ ସକାଳୁ ଉଠି ଡଙ୍ଗା ଭସାଇବାର ପରମ୍ପରା ରହିଛି । ଏହିଦିନ ପ୍ରତ୍ୟୁଷରେ ସୋଲ ବା କଦଳୀ ପଟୁକାରେ ତିଆରି ଡଙ୍ଗାରେ ଦୀପ ଜାଳି ସେଥିରେ ଗୁଆ, ପାନ, ଅକ୍ଷତ ଓ ରାଶି ମିଶ୍ରିତ ପଞ୍ଚଶସ୍ୟ ରଖି ତାହାକୁ ନଦୀ, ପୁଷ୍କରିଣୀ ବା ସମୁଦ୍ର ଆଦିରେ ଭସାଯାଏ । ଡଙ୍ଗା ଭସାଇବା ବେଳେ, “ଆ-କା-ମା-ବୈ , ପାନ-ଗୁଆ ଥୋଇ, ପାନ-ଗୁଆ ତୋର, ମାସକ ଧରମ ମୋର” ବୋଲାଯାଇଥାଏ ।
ଏହି ‘ଆ-କା-ମା-ବୈ’ ବୋଲାଯିବା ସପକ୍ଷରେ ଗୋଟିଏ ମତ ହେଉଛି – ‘ଆ’ ର ଅର୍ଥ ଆକାଶ ଏବଂ ‘କା’ ର ଅର୍ଥ ଜଳ ଏବଂ ‘ମା-ବୈ’ ର ଅର୍ଥ ଭୟ ନାହିଁ । ଅର୍ଥାତ୍ ପାଣି ଆଉ ପବନକୁ ଭୟନାହିଁ । ଆଉ ଗୋଟିଏ ମତରେ ଏହା ମଧ୍ୟ କହା୍‌ଯାଏ ଯେ – ଆମ ସାଧବପୁଅ ସାମୁଦ୍ରିକ ନୌବାଣିଜ୍ୟରେ ଦରିଆପାରି ଦେଶକୁ କାର୍ତ୍ତକ ପୂର୍ଣ୍ଣିମାରେ ଯାଇ, ଆଦ୍ୟ ଆଷାଢରେ ଫେରି ଆସୁଥିଲେ । ଏଣୁ ‘ଆ-କା-ମା-ବୈ’ ର ।ର୍ଥ ଆଷାଢ – କାର୍ତ୍ତିକରେ ଭୟ ନାହିଁ । ସେହି ପ୍ରାଚୀନ ନୌବାଣିଜ୍ୟ ଐ୍ୟତିହ୍ୟର ସ୍ମୃତିରେ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା ବେଳେ ‘ଆ-କା-ମା-ବୈ’ ବୋଲାଯାଇଥାଏ ।

Leave a Reply

%d bloggers like this: