ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

Minor boy drowns while sailing boats in brahmani river on kartik purnima

ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ
ମେଟ୍ରୋ ଟିଭି ବ୍ୟୁରୋ, ୧୯/୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋଶନ ନାୟକ ୧୪ବର୍ଷ ବ୍ରାହ୍ମଣୀ ନଦୀରେ ବୁଡ ଦେବା ବେଳେ ଭାସି ନିଖୋଜ ।
ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରୋଶନ ନାୟକ ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ । ନଦୀରେ ନିଖୋଜ ହେବା ଖବର ଶୁଣି ଏକମାତ୍ର ପୁଅକୁ ହରାଇ ପିତା ମାତା ଦୁଃଖରେ ଭାଙ୍ଗିପଡିଛନ୍ତି ।

Leave a Reply

%d bloggers like this: