କଣ୍ଠଦାନ କରିବେ ରଣବୀର-ଆଲିଆ, ସାରେଗାମା ସହ ହାତ ମିଶାଇଲେ କରଣ ଜୋହର

Ranveer and Alia will sing in their new upcoming movie

କଣ୍ଠଦାନ କରିବେ ରଣବୀର-ଆଲିଆ, ସାରେଗାମା ସହ ହାତ ମିଶାଇଲେ କରଣ ଜୋହର

କଣ୍ଠଦାନ କରିବେ ରଣବୀର-ଆଲିଆ
ସାରେଗାମା ସହ ହାତ ମିଶାଇଲେ କରଣ ଜୋହର
ମେଟ୍ରୋ ଟିଭି ବ୍ୟୁରୋ, ୧୯/୧୧: ବଲିଉଡର ଜଣାଶୁଣା ପ୍ରସିଦ୍ଧ ନିର୍ଦ୍ଦେଶକ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଦୁହେଁ ଏଥିରେ ରୋମାନ୍ସ କରିବା ସହିତ ଆଲିଆ ଏହି ଫିଲ୍ମରେ ଏକ ଗୀତ ଗାଇବାକୁ ଯାଉଛନ୍ତି । ଫିଲ୍ମ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ କରଣ ଜୋହର ଏହାର ସଙ୍ଗୀତ ପାଇଁ ସାରେଗାମାଙ୍କ ସହ ହାତ ମିଶାଇଛନ୍ତି ।
ସୂଚନା ଅନୁଯାୟୀ, କରଣ ଜୋହର ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନାକୁ ଫେରୁଛନ୍ତି । ରଣବୀର ସିଂଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଇଶିତା ମୋଇତ୍ରା, ଶଶାଙ୍କ ଖତାନ ଏବଂ ସୁମିତ ରୟଙ୍କ ଦ୍ୱାରା ମିଳିତ ଭାବରେ ଲେଖାଯାଇଛି । ଏହି ଫିଲ୍ମଟି ୨୦୨୨ରେ ରିଲିଜ୍ ହେବ ।
ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଏହି ଫିଲ୍ମକୁ ମ୍ୟୁଜିକ କମ୍ପାନୀ ସାରେଗାମାଙ୍କୁ ସଂଗୀତ ଅଧିକାରରେ ବିକ୍ରି କରିଛନ୍ତି । ଧର୍ମା ପ୍ରଡକ୍ସନ୍ସ ଏହି ଫିଲ୍ମର ସଙ୍ଗୀତ ପାଇଁ ସାରେଗାମାଙ୍କ ସହ ହାତ ମିଳାଇଛନ୍ତି । ଏହି ଫିଲ୍ମର ସଙ୍ଗୀତକୁ ପ୍ରୀତମ ଚକ୍ରବର୍ତ୍ତୀ ରଚନା କରିବେ ଏହା ସହ ରଣଭୀର ଓ ଆଲିଆ ମଧ୍ୟ ଏହାକୁ କଣ୍ଠ ଦାନ କରିବେ । ରଣଭୀର ପୂର୍ବରୁ ଫିଲ୍ମ ‘ଗୁଲି ବଏ’ରେ ରାପିଂ କରୁଥିବା ବେଳେ ଆଲିଆ’ ହାଇୱେ ‘ଏବଂ’ ଉଦଟା ପଞ୍ଜାବ’ରେ ମଧ୍ୟ ସ୍ୱର ଦେଇଛନ୍ତି । ତେବେ ଏଥର ଫିଲ୍ମରେ ଉଭୟଙ୍କ ଗୀତର ଶୈଳୀ ସେମାନଙ୍କ ଦ୍ୱାରା ଗାଇଥିବା ଅନ୍ୟ ଗୀତଠାରୁ ଭିନ୍ନ ହେବ ।

Leave a Reply

%d bloggers like this: