ମା ହେଲେ ପ୍ରୀତି ଜିଣ୍ଟା, ୪୬ ବର୍ଷରେ ଦେଲେ ଯାଆଁଳା ଶିଶୁଙ୍କୁ ଜନ୍ମ

Preity Zinta became the mother of twins at the age of 46

ମା ହେଲେ ପ୍ରୀତି ଜିଣ୍ଟା, ୪୬ ବର୍ଷରେ ଦେଲେ ଯାଆଁଳା ଶିଶୁଙ୍କୁ ଜନ୍ମ


ମେଟ୍ରୋ ଟିଭି ବ୍ୟୁରୋ, ୧୮/୧୧: ବଲିଉଡର ଡିମ୍ପଲ ଗର୍ଲଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ୪୬ ବର୍ଷ ବୟସରେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ପ୍ରିତି ଜିଣ୍ଟା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜର ଖୁସି ଜାହିର କରିଛନ୍ତି । ସେ ଲେଥିଛନ୍ତି ଏହା ମୋ ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ ଅଟେ । ମୁଁ ମୋର ଏହି ନୂଆ ଜୀବନକୁ ନେଇ ଅଧିକ ଉତ୍ସାହିତ ଅଛି । ତେଣୁ ଆମର ଏହି ଅବିଶ୍ୱସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତ ଡାକ୍ତର, ନର୍ସ ଏବଂ ଆମର ସରୋଗେଟ୍ ମାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ପ୍ରୀତି ନିଜ ମାତୃତ୍ୱକୁ ନେଇ ଅଧିକ ଖୁସି ଥିବା ସୋସିଆଲ ମିଡିଆରେ ନିଜ ସ୍ୱାମୀଙ୍କ ସହିତ ପୋଷ୍ଟ ସେୟାର କରିଛନ୍ତି ଓ ଏହା ସହିତ ତାଙ୍କର ଜାଁଆଳା ଶିଶୁଙ୍କର ନାମ ମଧ୍ୟ ସେୟାର କରିଛନ୍ତି । ତାଙ୍କ ସ୍ୱାମୀ ଜିନ ଓ ସେ ପ୍ୟାରେଣ୍ଟହୁଡକୁ ନେଇଁ ଖୁସି ଥିବା ସେ କହିଛନ୍ତି । ତାଙ୍କର ପୁଅ ନାମ ରହିଛି ଜୟ ଜିଣ୍ଟା ଗୁଡଏନଫ ଓ ଝିଅର ନାମ ରହିଛି ଜିଆ ଜିଣ୍ଟା ଗୁଡଏନଫ ।
ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ।
ତେବେ ନିଜେ ମାତୃତ୍ୱ ହାସଲ କରିବା ପରେ ପ୍ରୀତିଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପ୍ରୀତି ସରୋଗେସି ଜରିଆରେ ମାତୃତ୍ୱ ଲାଭ କରିଛନ୍ତି । ପ୍ରୀତିଙ୍କର ମା ହେବାର ପୋଷ୍ଟ ସେୟାର କରିବା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ମିଳୁଛି । କିଛି ସମୟ ମଧ୍ୟରେ ପ୍ରୀତିଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ତେବେ ପ୍ରୀତି ଜିଣ୍ଟାଙ୍କର ସବୁ ଫ୍ୟାନ୍ସ ତାଙ୍କ କୁନି ବେବିଙ୍କୁ ଦେଖିବା ପାଇଁ ଉତ୍ସାହିତ ଥିବା କମେଣ୍ଟରୁ ଜଣାପଡୁଛି ।

Leave a Reply

%d bloggers like this: