ବିବାହକୁ ନେଇ ଅଙ୍କିତାଙ୍କ ଖୁସି, ବ୍ୟାଚଲର ପାର୍ଟିର ଫୋଟୋ ଭାଇରାଲ

Ankita Lokhande's bachelorette party

ବିବାହକୁ ନେଇ ଅଙ୍କିତାଙ୍କ ଖୁସି, ବ୍ୟାଚଲର ପାର୍ଟିର ଫୋଟୋ ଭାଇରାଲ


ମେଟ୍ରୋ ଟିଭି ବ୍ୟୁରୋ, ୧୮/୧୧: ବି-ଟାଉନ୍‌ରେ ଏବେ ବିବାହର ସିଜିନ୍ ଚାଲିଛି । ଯାହାକୁ ଦେଖିବା ସମସ୍ତେ ବିବାହ କରିବାରେ ଲାଗିଛନ୍ତି । ବିବାହକୁ ନେଇ ସେଲିବ୍ରିଟିମାନେ ଏବେ ଚର୍ଚ୍ଚାରେ ରହୁଛନ୍ତି । ସବୁଠି ଏବେ ବିବାହର ମାହୋଲ ଦେଖିବାକୁ ମିଳୁଛି । କିଛି ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ଆଉ କିଛି ନିକଟରେ ବିବାହ କରିବେ ବୋଲି କୁହାଯାଉଛି । ସେହିପରି ନିକଟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ବୟଫ୍ରେଣ୍ଡ ବିକି ଜୈନ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ପ୍ରସ୍ତୁତି ଚାଲିଥିବା ଦେଖାଯାଉଛି।
ଅଙ୍କିତା ଲୋଖଣ୍ଡେ ଆସନ୍ତା ମାସରେ ତାଙ୍କ ପ୍ରେମିକ ବିକି ଜୈନଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସେ ମଙ୍ଗଳବାର ଦିନ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ । ଅଙ୍କିତାଙ୍କ ବ୍ୟାଚଲର ପାର୍ଟିର ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଗୋଟିଏ ଭିଡିଓରେ ଅଙ୍କିତା ଗୀତ ଗାଇ ନାଚୁଥିବାର ଦେଖାଯାଇଥିଲା । ଏଥିରେ ବହୁ ସେଲିବ୍ରିଟି୍‌ଙ୍କୁ ଦେଖିବାକୁ ମିଳିଥିଲା ।
ଅଙ୍କିତା ଏକ ସାକ୍ଷାତକାରରେ ତାଙ୍କ ବିବାହ ଏବଂ ପରିବାର କଥା କହିଛନ୍ତି । ବିବାହ ଏବଂ ପ୍ରେମରେ ବେଶ ବିଶ୍ବାସ ରଖନ୍ତି ଏବଂ ସେ ତାଙ୍କ ବିବାହକୁ ନେଇ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜେ ମଧ୍ୟ ବିବାହ କରିବାକୁ ଚାହୁଁଛନ୍ତି ଏବଂ ଦିନେ ନା ଦିନେ ତାଙ୍କର ଏହି ସ୍ବପ୍ନ ନିଶ୍ଚୟ ପୂରଣ ହେବ। ଏବେ ସେ ଏକ ସ୍ତ୍ରୀ ହେବାକୁ ଚାହୁଁଛନ୍ତି । ଆଗକୁ ଏମିତି ସମ୍ପର୍କ ବଢି ଚାଲିବ । ଏହା ବ୍ୟତୀତ ଅଙ୍କିତାଙ୍କୁ ବିାହର ଉପହାର ମିଳିବାରେ ଲାଗିଛି । ଗତ କିଛି ଦିନ ତଳେ ତାଙ୍କୁ ‘ବ୍ରାଇଡ୍ ଟୁ ବି’ର ଗିଫ୍ଟ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ପଠାଇ ଥିଲେ ।

Leave a Reply

%d bloggers like this: