ଏକାସାଙ୍ଗେ ୯ ମହିଳାଙ୍କୁ ବିବାହ କଲେ ଜଣେ ବ୍ୟକ୍ତି

Brazilian model marries nine women to celebrate 'free love'

ଏକାସାଙ୍ଗେ ୯ ମହିଳାଙ୍କୁ ବିବାହ କଲେ ଜଣେ ବ୍ୟକ୍ତି


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୧: ଦୁନିଆରେ ବହୁତ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଶୁଣିବାକୁ ମିଳିଥାଏ । ଆଜି ଆମେ ଏପରି ଏକ ଘଟଣା ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ ଯାହା ଅଜବ ଲାଗୁଥିଲେ ବି ସତ । ଘଟଣାଟି ଏମିତି, ଜଣେ ପୁରୁଷ ଜଣେ କି ଦୁଇଜଣ ନୁହେଁ ବରଂ ନଅ ଜଣ ମହିଳାଙ୍କୁ ବିବାହ କରିଛନ୍ତି, ତାହା ପୁଣି ଗୋଟିଏ ମଣ୍ଡପରେ । ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନଅ ଜଣ ମହିଳାଙ୍କୁ ବିବାହ କରିଥିବା ବ୍ରାଜିଲର ମଡେଲ ଆର୍ଥର ଓ ଉର୍ସୋ କହିଛନ୍ତି ଯେ ସେ \’ମୁକ୍ତ ପ୍ରେମ\’କୁ ପାଳନ କରିବା ପାଇଁ ଏହା କରିଥିଲେ ।
ସୂଚନା ଅନୁଯାୟୀ, ମଡେଲ୍ ଆର୍ଥର୍ ଓ ଉର୍ସୋ ପୂର୍ବରୁ ବିବାହିତ ଏବଂ ସେ ତାଙ୍କ ହନିମୁନ୍‌ର ହଟ୍ ଫଟୋ ସେୟାର କରି ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ନଅ ଜଣ ମହିଳାଙ୍କୁ ଏକାଠି ବିବାହ କରି ସେ ପୁଣି ଲାଇମଲାଇଟକୁ ଆସିଛନ୍ତି । ସେ କହିଛନ୍ତି, ଜଣେ ମହିଳାଙ୍କୁ ବିବାହ କରିବାର ପରମ୍ପରାକୁ ସେ ବିରୋଧ କରୁଛନ୍ତି । ତେଣୁ ଗୋଟିଏ ମଣ୍ଡପରେ ନଅ ଜଣ ମହିଳାଙ୍କୁ ବିବାହ କରି ସେ ମନୋଗାମି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।
ବ୍ରାଜିଲର ମଡେଲ୍, ତାଙ୍କର ପ୍ରଥମ ପତ୍ନୀଙ୍କ ସହ, ଲୁଆନା କାଜାକିଙ୍କ ସହ ହନିମୁନ୍ ପାଇଁ ଫ୍ରାନ୍ସ ଯାଇଥିଲେ ଜ୍ଝ ସେଠାରୁ ସେ ଏପରି କିଛି ଚିତ୍ର ସେୟାର କରିଥିଲେ, ଯାହା ଆତଙ୍କ ସୃଷ୍ଟି କରିଥିଲା ଜ୍ଝ ଉଭୟ ଫ୍ରାନ୍ସର ଅନେକ ସହରରେ ନଗ୍ନ ବୁଲୁଥିଲେ ଜ୍ଝ ଯଦିଓ, ଏଥିପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଥିଲା, କିନ୍ତୁ ସେ ଏଥିରେ ତାଙ୍କୁ କୌଣସି ଫରକ ପଡିନଥିଲା ।

Leave a Reply

%d bloggers like this: