ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମ।ର ଓ ପତ୍ରଲେଖା

Rajkumar and Patralekha got married

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମ।ର ଓ ପତ୍ରଲେଖା

ବିବାହ ବନ୍ଧନରେ ବାନ୍ଧିହେଲେ ରାଜକୁମ।।ର ଓ ପତ୍ରଲେଖା
ମେଟ୍ରୋ ଟିଭି ବ୍ୟୁରୋ, ୧୭/୧୧: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ବର୍ତ୍ତମାନ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବଲିଉଡ ଦମ୍ପତି ନଭେମ୍ବର ୧୪ରେ ଚଣ୍ଡିଗଡ଼ରେ ସାତ ଫେରା ନେଇଛନ୍ତି । ଦମ୍ପତିଙ୍କ ବିବାହ ଖବର ଆସିବା ପରଠାରୁ ପ୍ରଶଂସକମାନେ ସେମାନଙ୍କ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି ।

ପତ୍ରଲେଖାଙ୍କ ମେହେନ୍ଦି ସମାରୋହ ଏବଂ ତାଙ୍କର ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁଥିରେ ରାଜକୁମାର ଆଣ୍ଠେଇ ପତ୍ରଲେଖାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛି । ରାଜକୁମାରଙ୍କ ଏଭଳି ପ୍ରପୋଜ ଦେଖି ପତ୍ରଲେଖା ତାଙ୍କ ପ୍ରପୋଜାଲକୁ ସ୍ୱୀକାର କରିଛନ୍ତି । ଏହା ପରେ ରାଜକୁମାରଙ୍କ ସହିତ ପତ୍ରଲେଖା ରୋମାଣ୍ଟିକ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।ଏହି ଭିଡିଓକୁ ସେଲିବ୍ରିଟି ଫ୍ରଟୋଗ୍ରାଫର ଭାଇରାଲ ଭୟାନୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ରାଜକୁମାର ଏବଂ ପତ୍ରଳେଖା ରୟାଲ ଲୁକ୍‌ରେ ନଜର ଆସିଛନ୍ତି ।

ପତ୍ରଲେଖାଙ୍କ ପୋଷାକ ବିଷୟରେ କହିବାକୁ ଗଲେ ସେ ବିବାହ ଦିନ ଜଣାଶୁଣା ଡିଜାଇନର୍ ସବ୍ୟସାଚୀଙ୍କ ଶାଢୀ ପିନ୍ଧିଛନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ଲଭ୍ ସେକ୍ସ ଅର ଧୋକା ଫିଲ୍ମରେ ରାଜକୁମାର ରାଓଙ୍କୁ ଦେଖିଥିଲେ, ସେତେବେଳେ ସେ ଭାବିଥିଲେ ଯେ ସେ ବାସ୍ତବ ଜୀବନରେ ମଧ୍ୟ ସମାନ ।

Leave a Reply

%d bloggers like this: