ନିଆରା ଏକ ଦ୍ୱୀପ, ଯାହାର ଦାୟିତ୍ୱ ମହିଳାଙ୍କ ହାତରେ ନ୍ୟସ୍ତ

Estonia's island of women

ନିଆରା ଏକ ଦ୍ୱୀପ, ଯାହାର ଦାୟିତ୍ୱ ମହିଳାଙ୍କ ହାତରେ ନ୍ୟସ୍ତ


ମେଟ୍ରୋ ଟିଭି ବ୍ୟୁରୋ, ୧୭/୧୧: ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କୁ କେବଳ ଘର ଚଳାଇବା ପାଇଁ ଉପଯୁକ୍ତ ବୋଲି ମାନାଯାଏ । କିଛି ଋଢ଼ିବାଦୀ ଲୋକେ ତ ମହିଳାଙ୍କୁ ଘର ବାହାରକୁ ବି ଯିବାକୁ ଦିଅନ୍ତି ନାହିଁ । ସେମାନଙ୍କ ଦୃଷ୍ଟିରେ ମହିଳା ଚାକିରି କିମ୍ବା ଅନ୍ୟ କିଛି କାମ କରିପାରିବେ ନାହିଁ । ହେଲେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି କେବଳ ମହିଳମାନେ ରୁହନ୍ତି । ଏହି ଦ୍ୱୀପର ନାମ ଏଷ୍ଟୋନିଆ
ଏଷ୍ଟୋନିଆ ଦେଶରେ ଏକ ଗାଁ ରହିଛି ଯେଉଁଠାରେ ୯୦ ପ୍ରତିଶତ ମହିଳା ରହିଛନ୍ତି । ଏଷ୍ଟୋନିଆର କିହନୁ ଦ୍ୱିପପୁଞ୍ଜ ରହିଛି ଯାହାର ଦାୟିତ୍ୱ ମହିଳାଙ୍କ ହାତରେ ନ୍ୟସ୍ତ । ଏହି ଦ୍ୱିପପୁଞ୍ଜଟି ମହିଳା ଆଇଲ୍ୟାଣ୍ଡ ଭାବେ ମଧ୍ୟ ପରିଚିତ । ଏହି ଦ୍ୱିପପୁଞ୍ଜରେ ପାଖାପାଖି ୩ଶହ ଲୋକ ବାସ କରନ୍ତି । ୩ଶହ ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ଏଠାରେ ଆପଣ ଭାବୁଥିବେ ଯଦି ୯୦ ପ୍ରତିଶତ ମହିଳା ଏହି ଦ୍ୱିପରେ ରହୁଛନ୍ତି ତାହେଲେ ପୁରୁଷମାନେ ଗଲେ କୁଆଡେ, କଣ ଏହି ମହିଳାମାନେ ଅବିବାହିତ? ଏହି ଖବର ପଢିବା ପରେ ମନରେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ କଥା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।
ଏହି ମହିଳାମାନଙ୍କ ପତି ଓ ପରିବାର ର ପୁରୁଷ ଏଷ୍ଟୋନିଆରେ ଚାକିରି କରିବା ପାଇଁ ରୁହନ୍ତି । ଏଥିପାଇଁ ଦ୍ୱୀପରେ ଅଧିକାଂଶ ମହିଳାମାନେ ହିଁ ରହିଯାଆନ୍ତି । ହେଲେ ଏହି ମହିଳାମାନେ ଏହି ଦ୍ୱୀପକୁ ଏପରି ଚଳାନ୍ତି ଯେ ସବୁ କାମ ଏମାନେ କରିଥାନ୍ତି । ଫଳରେ ଏମାନଙ୍କୁ ବହୁତ ପ୍ରଶଂସା ମିଳିଥା । ଏମାନେ ନିଜର ମାନ୍ୟତା ବଜାୟ ରଖିବା ସହ ପୂଜାପାର୍ବଣ ସବୁ ଧୂମଧାମରେ ପାଳନ କରିଥାନ୍ତି । କେବଳ ଏତିକି ନୁହେଁ ପୁରୁଷଙ୍କ ରୋଜଗାର ଉପରେ ନିର୍ଭର ନକରି ଏଠାକାର ମହିଳା ଅନ୍ୟାନ୍ୟ କାର‌୍ୟ୍ୟ କରି ରୋଜଗାର ମଧ୍ୟ କରନ୍ତି । ବିବାହ କାର‌୍ୟ୍ୟ ହେଉ କି ଅନ୍ତିମ ସଂସ୍କାର ସବୁକିଛି ଏଠାକାର ମହିଳାମାନେ ହିଁ କରିଥାନ୍ତି ।
କୁହାଯାଏ ସୋଭିଏତ୍ ସଂଘ ଏହି ଦ୍ୱିପକୁ ପ୍ରାୟ ୫୦ ବର୍ଷ କାଳ ନିଜ କବଜାରେ ରଖିଥିଲେ । ଆଉ ତାପରଠୁ ଏହି ଦ୍ୱିପରେ ମହିଲାଙ୍କ ଦବଦବା ଚାଲିଆସୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯୁବପୀଢି ବାହାରକୁ ଯାଇ ପାଠ ପଢି ଚାକିରି କରୁଛନ୍ତି । ତେଣୁ ଧିରେ ଧିରେ ଏହି ଦ୍ୱିପର ପରମ୍ପରା କ୍ଷୟ ହେବାରେ ଲାଗିଛି ।

Leave a Reply

%d bloggers like this: