ପୁରୀ ମହୋଦଧିରୁ ମିଳିଲା ଭାସମାନ ପଥର

ପୁରୀ ମହୋଦଧିରୁ ମିଳିଲା ଭାସମାନ ପଥର


ମେଟ୍ରୋ ଟିଭି ବ୍ୟୁରୋ,୧୮/୧୦ : ପୁରୀ ମହୋଦଧିରୁ ମିଳିଛି ଏକ ଭାସମାନ ପଥର । ପୁରୀ ମାଟିଆପଡା ଲେନ୍‌-୫ ଯୋଗମାୟା କଲୋନିର ଜଣେ ଯୁବକ ଏହି ପଥରଟିକୁ ପାଇଥିଲେ । ଏହାକୁ ଆଣି ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ଦେଇଥିଲେ । ସୋସିଆଲ ମିଡିଆରେ ଯୁବକ ଜଣକ ପାଇଥିବା ଏହି ପଥରକୁ ଦେଖାଇବା ପରେ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ନାମ ସୁରେନ୍ଦ୍ର କୁମାର ଜାଲି । ସେ ଜଣେ ଅଟୋ ଚାଳକ ।
ଗତକାଲି ଠାକୁରାଣୀ ଭସାଣ ସାରି ମହୋଦଧିରୁ ଆସିବାକୁ ବାହାରିବା ବେଳେ ପଥରଟି ଭାସି ଭାସି ଆସି ତାଙ୍କ ନିକଟରେ ଲାଗିଥିଲା । ଯାହାକୁ ପାଇବା ପରେ ସେ ଏହାକୁ ଆଣି ଘରେ ରଖିଥିଲେ । ପଥରଟିକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇ ଏହା ଏକ ଅଲୌକିକ ପଥର ଓ ରାମ ସେତୁ ନିକଟରୁ ଆସିଥିବା ଅନୁମାନ କରି ଏହାର ଅଧିକ ଗବେଷଣା କରାଯିବା ଉଚିତ୍ ବୋଲି ଶମ୍ଭୁନାଥ ଖୁଣ୍ଟିଆଙ୍କ ସହ ଶ୍ରୀ ଜାଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Leave a Reply

%d bloggers like this: