କାଶ୍ମୀର ଛାଡି ଚାଲିଯିବାକୁ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଚେତାବନୀ

କାଶ୍ମୀର ଛାଡି ଚାଲିଯିବାକୁ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଚେତାବନୀ


ମେଟ୍ରୋ ଟିଭି ବ୍ୟୁରୋ , ୧୮/୧୦; କଶ୍ମୀରରେ ଦୁଇଜଣ ବିହାରୀ ଶ୍ରମିକଙ୍କ ଜଘନ୍ୟ ହତ୍ୟା ପାଇଁ ଦାୟୀ ବୋଲି ‘ଲଶ୍କର୍-ଏ-ତୈବା’ ଅନୁବନ୍ଧିତ ଆତଙ୍କବାଦୀ ସଙ୍ଗଠନ ‘ସଂଯୁକ୍ତ ମୁକ୍ତି ସାମ୍ମୁଖ୍ୟ’ ଦାବି କରିବା ସହ କଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବା ଲାଗି ଶ୍ରମିକ ମାନଙ୍କୁ ଚେତାବନୀ ଦେଇଛି।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ଦକ୍ଷିଣ କଶ୍ମୀରର କୁଲ୍ଗାମ୍ରେ ଆତଙ୍କବାଦୀମାନେ ଘରେ ଅନୁପ୍ରବେଶ କରି ଦୁଇଜଣ ବିହାରୀ ଶ୍ରମଜୀବୀଙ୍କୁ ବନ୍ଧୁକ ମାରି ହତ୍ୟା କରିଛନ୍ତି ଓ ଅନ୍ୟ ଜଣଙ୍କୁ ଆହତ କରିଛନ୍ତି।
ଏହାକୁ ମିଶାଇ ଚଳିତ ବର୍ଷ ଏଯାବତ୍ ଜମ୍ମୁ ଓ କଶ୍ମୀରରେ ୧୧ଜଣ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେଣି।
ଉପରୋକ୍ତ ଘଟଣା ପରେ ପରେ, ଉପତ୍ୟକାରେ ଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାର ପୁଲିସ ବଳକୁ କହିଛନ୍ତି। ସେ କହିଛନ୍ତି, ଆପଣମାନଙ୍କ ଥାନା ଅଧୀନରେ ଥିବା ଅଞ୍ଚଳରେ ରହୁଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀମାନଙ୍କୁ ବର୍ତ୍ତମାନ ପାଇଁ ନିକଟବର୍ତ୍ତୀ ପୁଲିସ କିଂବା କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ କିଂବା ଆର୍ମି ଇଷ୍ଟାବ୍ଲିସ୍ମେଣ୍ଟ୍କୁ ଅଣାଯିବା ଉଚିତ।

Leave a Reply

%d bloggers like this: