ଅଞ୍ଜଳି ଧରିଲେ ପଦ୍ମ

ଅଞ୍ଜଳି ଧରିଲେ ପଦ୍ମ


ମେଟ୍ରୋ ଟିଭି ବ୍ୟୁରୋ, ୧୮।୧୦ : ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ମିଶିଲେ । ରାଜ୍ୟ ବିଜେପି କାର‌୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।
ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତ ମଧ୍ୟ ବିଜେପିରେ ମିଶିଛନ୍ତି । ପୁରୀ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରୁ ବିଜେଡ଼ି ଏବଂ କଂଗ୍ରେସର ହଜାର ହଜାର କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର‌୍ୟ୍ୟକ୍ରମରେ ଶାସକ ଦଳର ଅନ୍ୟ କେତେକ ନେତା ଏବଂ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ତେବେ ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜଳି। ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ମୋ ବାପା, ମାଆ ଓ ମୁଁ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । କିନ୍ତୁ ସେହି ଦଳ ଆମକୁ ଗୋଇଠା ମାରିଲା । ବିଜେଡ଼ି ମୋର ବହୁତ କ୍ଷତି କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ କର୍ମୀଙ୍କୁ ଆହ୍ୱାନ କଲେ ଅଞ୍ଜଳି ।
୨୦୦୦ ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ଟିକେଟ୍ ରେ ଅଞ୍ଜଳି ତିନିଥର ହିନ୍ଦୋଲ ସେଗମେଣ୍ଟ ଜିତିଥିଲେ। ୨୦୧୪ ନିର୍ବାଚନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସେମାରାନୀ ନାୟକଙ୍କୁ ଅଞ୍ଜଳି ବେହେରାଙ୍କ ଟିକେଟକୁ ପ୍ରତ୍ୟାଖ୍ୟାନ କରି ଏହି ଆସନ ପାଇଁ ମନୋନୀତ କରିଥିଲେ।

Leave a Reply

%d bloggers like this: