ବିଜେପିରେ ଯୋଗ ଦେବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ ?

ବିଜେପିରେ ଯୋଗ ଦେବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ ?

ବିଜେପିରେ ଯୋଗ ଦେବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହ ?


ମେଟ୍ରୋ ଟିଭି ବ୍ୟୁରୋ , ୩୦/୯. ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅମିରନ୍ଦର ସିଂହ ଆଜି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ତାଙ୍କ ବାସଭବନକୁ ଯାଇ ଭେଟିଛନ୍ତି । ସେ ବିଜେପିରେ ଯୋଗ ଦେବାର କଳ୍ପନାଜଳ୍ପନା ଯାଲିଥିବା ବେଳେ କାଲି ଗତ ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭେଟିଥିଲେ ।
ସୂଚନା ଅନୁଯାୟୀ , ପଞ୍ଜାବ ୟୁନିଟରେ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିବା କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହ ଯୋଗାଯୋଗ କରିଥିବାର ଜଣା ପଡିଛି । ଅମରିନ୍ଦର କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ କଂଗ୍ରେସ ବରିଷ୍ଠ ନେତା ଅମ୍ବିକା ସୋନି ଏବଂ କମଲ ନାଥ ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରୁଛନ୍ତି ।
ସଦ୍ୟ ସୂଚନା ଅନୁସାରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବଜୋତ୍ ସିଂହ ସିଦ୍ଧୁ ଆଜି ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀଙ୍କୁ ଭେଟିବେ । କଂଗ୍ରେସ ନେତା ମହମ୍ମଦ୍ ମୁସ୍‌ତଫା କହିଛନ୍ତି , ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ।

Leave a Reply

%d bloggers like this: