ପୁଣି ଆସିବ ସଲମାନ୍‌–କ୍ୟାଟ୍ରିନା ଯୋଡି

ପୁଣି ଆସିବ ସଲମାନ୍‌–କ୍ୟାଟ୍ରିନା ଯୋଡି

ପୁଣି ଆସିବ ସଲମାନ୍‌–କ୍ୟାଟ୍ରିନା ଯୋଡି


ମେଟ୍ରୋ ଟିଭି ବ୍ୟୁରୋ , ୩୦/୯ . ସଲମାନ୍ ଖାନ୍‌ଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର୍-୩’ରେ କ୍ୟାଟ୍ରିନା କୈଫ୍ ନାୟିକା ସାଜିଛନ୍ତି । ତୁର୍କୀରେ ସୁଟିଂ ହେଇଥିବା ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଆକୃଷ୍ଟ କରିବାକୁ ଚାହିଛନ୍ତି । ମୁକ୍ତିଲାଭ ଅପେକ୍ଷାରେ କ୍ୟାଟ୍ରିନାଙ୍କ ୨ଟି ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ । ଶୁଣିବାକୁ ମିଳୁଛି ସେ ନୂଆ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି ।

ମୈନେ ପ୍ୟାର କ୍ୟୁଁ କିୟା’ରୁ ସଲମାନ୍-କ୍ୟାଟ୍ରିନା ସୁନ୍ଦର ଯୋଡ଼ିଙ୍କ ଆରମ୍ଭ ହେଇଥିବା ଅଭିନୟ ଯାତ୍ରା ଏପର‌୍ୟ୍ୟନ୍ତ ଚାଲିଛି। ପରଦାର ଏଇ ସୁପରହିଟ୍ ଯୋଡ଼ିଙ୍କ ମଧ୍ୟରେ କ୍ରମଶଃ ବାସ୍ତବ ଜୀବନରେ ପ୍ରେମ ସମ୍ପର୍କ ଗଢ଼ିଉଠିଛି। ପୁଣି ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ବି ଘଟିଛି। ହେଲେ ବାସ୍ତବ ଜୀବନର ତିକ୍ତତାକୁ ଭୁଲି ପୁଣି ଏମାନେ ପରଦାରେ ଏକାଠି ହେଉଛନ୍ତି। ଦର୍ଶକ ମାନେ ମଧ୍ୟ ଏହି ଦୁଇ ଜଣଙ୍କ ଯୋଡିକୁ ପୁଣି ଥରେ ପସନ୍ଦ କରିବେ ।

Leave a Reply

%d bloggers like this: