ପରଦାକୁ ଆସୁଛି ବିଦ୍ୟୁତ ଅଭିନୀତ ସନକ

ପରଦାକୁ ଆସୁଛି ବିଦ୍ୟୁତ ଅଭିନୀତ ସନକ

ପରଦାକୁ ଆସୁଛି ବିଦ୍ୟୁତ ଅଭିନୀତ ସନକ


ମେଟ୍ରୋ ଟିଭି ବ୍ୟୁରୋ , ୩୦/୯ . ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ‘ସନକ’ ଚଳିତ ମାସ ପରଦାକୁ ଆସୁଛି। ଏହା ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ୍ ହଟ୍ଷ୍ଟାରରେ ମୁକ୍ତିଲାଭ କରିବ। ମୁକ୍ତିଲାଭର ତାରିଖ ଘୋଷଣା ହେବାପରେ ପ୍ରଯୋଜକ ବିପୁଲ୍ ଅମ୍ୟତଲାଲ୍ ଓ ଜି ଷ୍ଟୁଡିଓଜ୍ କହିଛନ୍ତି ଏଥିରେ ବିଦ୍ୟୁତ ଜାମୱାଲଙ୍କ ଏବଂ ବଙ୍ଗୀୟ ଅଭିନେତ୍ରୀ ରୁକ୍ମିଣୀ ମୈତ୍ର ପ୍ରମୁଖ ଭୂମିକାରେ ଅଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ନେହା ଧୁପିଆ ଓ ଚନ୍ଦନ ରାୟ ସାନ୍ୟାଲ୍ ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିବ। ଦଶହରା ଅବସରରେ ମୁକ୍ତିଲାଭ କରୁଥିବା ‘ସନକ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କନିଷ୍କ ବର୍ମା।
ଶୁଣାଯାଉଛି ବିଦ୍ୟୁତଙ୍କୁ ନେଇ ସେମାନେ ନିର୍ମାଣ କରିବାକୁ ଯାଉଥିବା ଆଉ ଏକ ନୂଆ ସିନେମାର ଏହା ଏକ ପରିକଳ୍ପିତ ପୋଷ୍ଟର। ଏଥିରେ ବିଦ୍ୟୁତ ଗୋଟିଏ ହାତରେ ଏକ ଶିଶୁକୁ ଧରିଥିବା ବେଳେ ଅନ୍ୟ ଏକ ହାତରେ ଧରିଛନ୍ତି ଗୋଟିଏ ଅତ୍ୟାଧୁନିକ ବନ୍ଧୁକ। ଲମ୍ବା ସମୟ ଧରି ଚାଲିବାକୁ ଥିବା କମାଣ୍ଡୋ ସିରିଜର ପ୍ରଥମ ଅବଦାନ ହେଉଛି ‘ସନକ: ହୋପ୍ ଅଣ୍ଡର ସେଜେ’।

Leave a Reply

%d bloggers like this: