ହୃତପିଣ୍ଡ ଦିବସ , ହାର୍ଟ ଟୁ ହାର୍ଟ କନେକ୍ଟ

ହୃତପିଣ୍ଡ ଦିବସ , ହାର୍ଟ ଟୁ ହାର୍ଟ କନେକ୍ଟ


ମେଟ୍ରୋ ଟିଭି ବ୍ୟୁରୋ , ୨୯/୯. ବିଶ୍ୱ ହୃତପିଣ୍ଡ ଦିବସରେ ସୁସ୍ଥ ହୃଦୟ ପାଇଁ ଶାରୀରିକ କାର୍ଯ୍ୟାଭ୍ୟାସ ସହ ଖାଦ୍ୟପେୟର ଯତ୍ନ ନେବାକୁ କହିଛନ୍ତି , ଏମ୍ସ ହୃଦରୋଗ ସର୍ଜରି ବିଭାଗ ଡାକ୍ତର ରୁଦ୍ର ମହାପାତ୍ର । କୋଭିଡ ସଂକ୍ରମଣ ସମୟରେ ହୃତରୋଗର ସମସ୍ୟା ବହୁ ଜଟିଳ । ଓଡିଶାରେ ହୃଦ୍‌ରୋଗର ଚିକିତ୍ସା ପାଇଁ ବାଧକ ସାଜିଛି ଦୁର୍ବଳ ଭିତ୍ତିଭୂମି । ଶିଶୁ ହୃଦରୋଗଙ୍କ ଅସ୍ତ୍ରୋପ୍ରଚାର , ହୃତପିଣ୍ଡ ପ୍ରତିରୋପଣ , ହୃତପିଣ୍ଡରେ ଟ୍ୟୁମର , ମାଂସବୃଦ୍ଧି ଭଳି ଚିକିତ୍ସା ପାଇଁ ରାଜ୍ୟରେ ଥିବା ସରକାରୀ ଡାକ୍ତରଖାନାରେ ବ୍ୟବସ୍ଥା ନାହି ଁ । ଘରୋଇ ଡାକ୍ତରଖାନାରେ ଏସବୁର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ।
ସୂଚନା ଯୋଗ୍ୟ , ଏହି ସବୁ ବ୍ୟବସ୍ଥାର ଚିକିତ୍ସା ଏମ୍ସ ନୂଆଦିଲ୍ଲୀ , କୋଲକାତା , ମୁମ୍ବାଇ ଏବଂ ବେଙ୍ଗାଲୁର ଅବସ୍ଥିତ ନାରାୟଣ ହୃଦୟାଳୟରେ ରହିଛି । ହେଲେ ସେଠାକୁ ଚିକିତ୍ସିତ ହେବାକୁ ଗଲେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେଣୁ ଓଡିଶାରେ ଏସବୁ ବ୍ୟବସ୍ଥା କରାଗଲେ ହୃଦରୋଗୀ ମାନଙ୍କର ଚିକିତ୍ସା ହୋଇପାରନ୍ତା ।

Leave a Reply

%d bloggers like this: