ଶାରଦୀୟ ଦୁର୍ଗା ପୂଜା ପାଇଁ ଦେବୀପୀଠ ଚଳଚଞ୍ଚଳ

ଶାରଦୀୟ ଦୁର୍ଗା ପୂଜା ପାଇଁ ଦେବୀପୀଠ ଚଳଚଞ୍ଚଳ


ମେଟ୍ରୋ ଟିଭି ବ୍ୟୁରୋ , ୨୯/୯ . ଆଜି ପବିତ୍ର ମୂଳଷ୍ଟମୀ ତିଥିରେ ସମଗ୍ର ଓଡ଼ିଶାର ଦେବୀପୀଠ ଗୁଡ଼ିକରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଫଳରେ ଆସନ୍ତା ଷୋହଳ ଦିନ ପାଇଁ ଅର୍ଥାତ ବିଜୟା ଦଶମୀ ପର୍ଯ୍ୟନ୍ତ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି ।
ଆଜିଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଛି । ବ୍ରହ୍ମାକୁଣ୍ଡରେ ଘଟ ପୂଜାପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥାଏ । ତେବେ ମା’ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପୂଜାବିଧି ହୋଇଥାଏ ।
ସୂଚନା ଅନୁଯାୟୀ , ଶ୍ରୀକ୍ଷେତ୍ରରେ ମାଁ ବିମଳାଙ୍କର ରୀତିନୀତିରେ ଚାଲିଛି ପୂଜାବିଧି । କଟକରେ ଚଣ୍ଡି ମନ୍ଦିର ସହ ଗଡଚଣ୍ଡି ମନ୍ଦିରରେ ମଧ୍ୟ ଷୋଡଶ ରୀତିନୀତିରେ ପୂଜା ବିଧି କରାଯାଉଛି ।ଏହା ପରେ ଚାଲିବ ନବଦିନାତ୍ମକ ପୂଜା ।

Leave a Reply

%d bloggers like this: