ନିଜର ପୋଷାକ ପାଇଁ ଟ୍ରୋଲ ହେଲେ ରାଧିକା

ନିଜର ପୋଷାକ ପାଇଁ ଟ୍ରୋଲ ହେଲେ ରାଧିକା


ମେଟ୍ରୋ ଟିଭି ବ୍ୟୁରୋ, ୨୯/୯; ବହୁତ କମ ବୟସରୁ ରାଧିକା ମଦାନ ବଲିଉଡରେ ନିଜର ସ୍ଥାନ ହାସଲ କରିପାରିଛନ୍ତି । ନିଜ ଅଭିନୟ ପ୍ରତିଭାରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ସେ ଅନେକ ବଡ ଫିଲ୍ମରେ କାମ କରିଛନ୍ତି । ଟେଲିଭିଜନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବଡ ପରଦାରେ ରାଜ କରୁଛନ୍ତି । ଦିବଂଗତ ଅଭିନେତା ଇରଫାନ ଖାନଙ୍କ ସହ ଅଂଗ୍ରେଜୀ ମିଡିୟମ ରେ ତାଙ୍କ ଅଭିନୟ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।
ନିକଟରେ ଅଭିନେତ୍ରୀ ଏକ କଳା ରଙ୍ଗର ବ୍ରାଲେଟ୍ ଓ ହାଇ େଓଷ୍ଟେଡ ସ୍ଲାକ୍ସ ପିନ୍ଧିଥିବାର ନଜର ଆସିଥିଲେ । ଏ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି । କିନ୍ତୁ ସେ ଟ୍ରୋଲର୍ସଙ୍କୁ ଜବାବ ମଧ୍ୟ ଦେଇଛନ୍ତି । ଏନେଇ ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ, ‘ମୋର ମନେ ଅଛି ମୁଁ ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଥିଲି ଏବଂ ତା ପରଦିନ ମୁଁ ସବୁ ମେସେଜ୍ ମଧ୍ୟ ପଢିଥିଲି । ସତ କହିବାକୁ ଗଲେ ଟ୍ରୋଲ ହେବା ନେଇ ମୁଁ କିଛି ବି ଭାବି ନଥିଲି । ମୁଁ ଯାହା କିଛି ପିନ୍ଧେ ତାକୁ ଭଲପାଏ । ମୁଁ କାହାର ମତକୁ ପସନ୍ଦ କରେ ନାହିଁ । ଏହା ମୋ ଶରୀର । ମତେ ଯାହା ଭଲ ଲାଗିବ ମୁଁ ତାହା ପିନ୍ଧିପାରିବି । ମତେ କେହି ବି କହିପାରିବେ ନାହିଁ ଯେ ମତେ କଣ ପିନ୍ଧିବାର ଅଛି ବା କଣ ପିନ୍ଧିବାର ନାହିଁ’ ।

Leave a Reply

%d bloggers like this: