ଉବୁଟୁବୁ ହୀରାକୁଦ, ୬୩୦ ଫୁଟ ଛୁଇଁଲା ଜଳସ୍ତର

ଉବୁଟୁବୁ ହୀରାକୁଦ, ୬୩୦ ଫୁଟ ଛୁଇଁଲା ଜଳସ୍ତର


ମେଟ୍ରୋ ଟିଭି ବୂରୋ, ୨୯/୯; ଉବୁଟୁବୁ ହୀରାକୁଦ । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଗତକାଲି ଦିନ ୩ଟା ପରେ ଜଳସ୍ତର ୬୩୦ ଫୁଟ ଛୁଇଁଛି । ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୪୬ ହଜାର ୮୩୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣରେ ଜଳ ନିଷ୍କାଷିତ ହେଉଛି ।
ଚଳିତ ବର୍ଷ ସେପ୍ଟେମ୍ବର ପହିଲା ଯାଏ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ହୀରାକୁଦ ବନ୍ଧ ଭରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ୧୧ ତାରିଖ ପରେ ଳଗାତାର ଦୁଇ ଦୁଇଟି ଲଘୁଚାପ ଯୋଗୁ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଏକ କାଳିନ ୨୬ ଟି ଗେଟ୍ ଖୋଲି ଜଳ ନିଷ୍କାସନ କରିବାକୁ ପଡିଥିଲା । ଅଗକୁ ମୌସୁମୀ ଅବଧି ସରିବାକୁ ବସିଥିବା ବେଳେ ରୁଲ କର୍ଭ ଅନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ଜଳସ୍ତରକୁ ସର୍ବୋଚ୍ଚ ସ୍ତରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କତ୍ତୃପକ୍ଷ ।

Leave a Reply

%d bloggers like this: