ବାଇଡେନ୍ ନେଲେ ବୁଷ୍ଟର ଡୋଜ୍

ବାଇଡେନ୍ ନେଲେ ବୁଷ୍ଟର ଡୋଜ୍


ମେଟ୍ରୋ ଟିଭି ବ୍ୟୁରୋ , ୨୮/୯. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହ୍ୱାଇଟ୍ ହାଉସରେ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି । ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଟୀକା ନେବା ପାଇଁ ।
ସୂଚନା ମୁତାବକ, ଆମେରିକାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଓ ଏକାଧିକ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ କରୋନାର ବୁଷ୍ଟର ଡୋଜ୍ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ବାଇଡେନ୍ କହିଛନ୍ତି ଯେ, ଆମେରିକାର ଗୋଟିଏ ଅଂଶର ଲୋକେ ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି । କରୋନାର ଗୋଟିଏ ଡୋଜ୍ ନେବା ପାଇଁ ବି ମନା କରୁଛନ୍ତି । ଯାହା ଫଳରେ ଦେଶରେ ଘାତକ ଡେଲଟା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି, ଯାହାକି ପର‌୍ୟ୍ୟାପ୍ତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ବି ଏକ ଚତୁର୍ଥାଂଶ ଟିକା ନେବାକୁ ମନା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ପ୍ରଥମ ଡୋଜ୍ ଗତବର୍ଷ ଡିସେମ୍ବର ୨୧ ତାରିଖରେ ନେଇଥିଲେ । ତୃତୀୟ ସପ୍ତାହ ପରେ ଜାନୁଆରି ୧୧ରେ ସେ ଦ୍ୱିତୀୟ ଡୋଜ୍ ନେଇଥିଲେ ।

Leave a Reply

%d bloggers like this: